Latest Odisha News

କୁନୋ ଜାତୀୟ ଉଦ୍ୟାନରେ ୮ ବର୍ଷୀୟ ‘ଚିତା’ ମୃତ

କୁନୋ: ମଧ୍ୟପ୍ରଦେଶର ଶେଓପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ‘ପ୍ରୋଜେକ୍ଟ ଚିତା’କୁ ଆଉ ଏକ ଝଟକା ଲାଗିଛି। ନାମିବିଆରୁ ଅଣାଯାଇଥିବା ଆଠ ବର୍ଷୀୟ ମାଈ ଚିତା ‘ନାଭା’ର ଶନିବାର ଦିନ ମୃତ୍ୟୁ ହୋଇଛି।

ବନ ବିଭାଗ ଅନୁଯାୟୀ, ନାଭା ଏକ ସପ୍ତାହ ପୂର୍ବରୁ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ, ଯାହା ପରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଥିଲା।

ବନ ବିଭାଗ ଦ୍ୱାରା ଜାରି ସରକାରୀ ସୂଚନା ଅନୁଯାୟୀ, ନାଭାର ବାମ ପାର୍ଶ୍ୱ ଅଲନା ଏବଂ ଫାଇବୁଲା ହାଡ଼ରେ ଫ୍ୟାକ୍ଚର ସହିତ ଅନେକ ଗୁରୁତର ଆଘାତ ଲାଗିଥିଲା। ତେବେ ଏହା ଶିକାର ସମୟରେ ଦ୍ରୁତ ବେଗରେ ଦୌଡ଼ିବା କିମ୍ବା ଆଘାତ ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଆହତ ହେବା ପରେ ତାକୁ ତୁରନ୍ତ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଅବଜରଭେସନରେ ରଖାଯାଇଥିଲା ବେଳେ ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବା ସହ ଆଜି ତାର ମୃତ୍ୟୁ ହୋଇଥିଲା।

ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ହିଁ ନାଭା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଯଦିଓ ପ୍ରାଥମିକ ତଦନ୍ତରୁ  ହାଡ଼ରେ ଗୁରୁତର ଫ୍ୟାକ୍ଚର ଏବଂ ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଉଛି।

 

Comments are closed.