Latest Odisha News

କରୋନା କଟକଣାରେ ହେବ ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର :କଟକଣାରେ ହେବ ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ । ଶୀତ ଦିନ ଆସିଲେ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ । ଚଳିତ ବର୍ଷ କରୋନା କଟକଣାରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ ହେବ ବୋଲି ସୂଚନା ମିଳିଛି । ତା ସହ ଏଥର ପ୍ରଦର୍ଶନୀ ସମୟରେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନା କଟକଣା ଯୋଗୁଁ ରାଜ ଭବନ ଖୋଲିବା ଉପରେ ହୋଇନି ନିଷ୍ପତ୍ତି । ନିର୍ଦ୍ଦେଶ ଆସିଲେ ଜଣାପଡିବ । ପ୍ଲାଣ୍ଟ ଲଭର୍ସ ଆସୋସିଏସନ ଓ ଏକାମ୍ର କାନନ ଉଦ୍ୟାନ ମିଳିତ ସହଯୋଗରେ ଏହି ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜାନୁଆରୀ ଦ୍ୱିତୀୟ  ସପ୍ତାହ ଶନିବାର ଓ ରବିବାର ଦୁଇ ଦିନ ଏକାମ୍ର କାନନନରେ ପୁଷ୍ପ ପ୍ରଦର୍ଶନୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ହେଲେ ଓମିକ୍ରନକୁ ନେଇ ସରକାର କୌଣସି ନିର୍ଦ୍ଦେଶ ନାମା ଜାରି କରାଗଲେ ଏହା ସ୍ଥଗିତ କରାଯାଇ ପାରେ କିମ୍ବା କମ୍ ସଂଖ୍ୟକ ଲୋକଙ୍କୁ ନେଇ ଆୟୋଜନ କରାଯାଇ ପାରେ ବୋଲି ସୂଚନା ମିଳିଛି ।

ଏହି ପୁଷ୍ପ ପ୍ରଦର୍ଶନୀରେ ଭେରାଇଟି ଗେଣ୍ଡୁ ଫୁଲ, ଡାଲିଆ, ଅର୍କିଟ, କୁସୁମ , ସେବତୀ ,ଲିଲ ,ବୋଗନବାଲିଆ, ପିଟୁନିଆ ଆଦି ଭେରାଇଟି ଫୁଲ ଗଛର ଆସର ଜମିଥାଏ । ଏହାକୁ ଦେଖିବା ପାଇଁ ରାଜଧାନୀ ବାସିନ୍ଦାଙ୍କ ସହ ଏହାର ଆଖପାଖ ଅଞ୍ଚଳର ଲୋକମାନଙ୍କ ଭିଡ ଜମେ ।

Comments are closed.