Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଇକାନା ଷ୍ଟାଡିୟମରୁ ଘାସ କଟାଇଲେ ଡ୍ରାଭିଡ

ଲକ୍ଷ୍ନୌ: ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡକୁ ଭେଟିବ ଭାରତ । ଏହି ମ୍ୟାଚରେ ବିଜୟ ହାସଲ କରି ଭାରତ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ କରିବ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଅନ୍ୟ ଖେଳାଳିମାନେ ନେଟରେ କଡା ଅଭ୍ୟାସ କରିଥିଲେ । କୋଚ ରାହୁଲ ଡ୍ରାଭିଡ ଆଜି ଇକାନା ଷ୍ଟାଡିୟମ ପିଚ ଅନୁଧ୍ୟାନ କରିଥିଲେ । ସେ ଏହା ପରେ ପିଚ କ୍ୟୁରେଟରଙ୍କ ସହ ଆଲୋଚନା କରି ଏହାର ଘାସ କଟାଇଥିଲେ । ଘାସ କଟଯିବାର ମାନେ ପିଚ ସମ୍ପୂର୍ଣ୍ଣ ଭାବେ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ଏହା ପୂର୍ବରୁ ଏହି ପିଚରୁ ଉଭୟ ପେସ ଓ ସ୍ପିନ ବୋଲର ଫାଇଦା ଉଠାଇଥିଲେ । କୁଲଦୀପ ଯାଦବ ଏହି ମ୍ୟାଚରେ ଭାରତର ଟ୍ରମ୍ପ କାର୍ଡ ହୋଇପାରନ୍ତି । ହିଟମ୍ୟାନ ରୋହିତ ଶର୍ମାଙ୍କ ନିକଟରୁ ଏଠାରେ ପୁନର୍ବାର ଏକ ବଡ ଇନିଂସର ଆଶା କରାଯାଉଛି ।

ବିଶ୍ୱକପରେ ଜବରଦସ୍ତ ଫର୍ମରେ ଥିବା ବିରାଟ କୋହଲି ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହେବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଆଜି ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲଙ୍କୁ ମଧ୍ୟ ନେଟ୍ସରେ ବୋଲିଂ ଅଭ୍ୟାସ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଆବଶ୍ୟକ ପଡିଲେ ପାର୍ଟ ଟାଇମ ବୋଲରଙ୍କ ସହାୟତା ନିଆଯାଇପାରେ ବୋଲି ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

Leave A Reply

Your email address will not be published.