ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏକନାଥ ଶିନ୍ଦେ । ସେ ଇସ୍ତଫା ଦେବା ପରେ ରାଜ୍ୟରେ ନୂତନ ସରକାର ଗଠନ ହେବ । ସିନ୍ଦେଙ୍କ ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ତେବେ ଦେବେନ୍ଦ୍ର ଫଡନଭିସ୍ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ନେତାମାନେ ଚାହୁଁ ଥିବାବେଳେ ଶିବସେନା କହିଛି ଯେ ବିହାର ଭଳି ଫର୍ମୁଲା ମହାରାଷ୍ଟ୍ରରେ କାର୍ଯ୍ୟକାରୀ କରାଯାଉ । ଅନ୍ୟପଟେ ଦଳୀୟ ନେତା ଚାହୁଁଛନ୍ତିଯେ, ବିଜେପି ରାଜ୍ୟର ସର୍ବାଧିକ ଆସନ ଜିତିଥିବାରୁ ବିଜେପିରୁ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯିବା ଉଚିତ୍ ।
ଏହାରି ଭିତରେ ଦିଲ୍ଲୀ ଯାତ୍ରା କରିଛନ୍ତି ଫଡନବୀସ, ଏକନାଥ ସିନ୍ଦେ ଓ ଅଜିତ୍ ପାଓ୍ବାର । ଆଜି ବିଳମ୍ବିତ ରାତ୍ରିରେ ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ।