Latest Odisha News

BREAKING NEWS

ଏକତାଙ୍କୁ ମିଳିଲା କି ନୂଆ ନାଗିନ୍, ଅଭିନେତ୍ରୀଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଟେଲିଭିଜନ ଦୁନିଆର ଯାଦୁକର ହେଲେ ଏକତା କପୁର। ଦର୍ଶକଙ୍କୁ କ’ଣ ଦେଖାଇବାକୁ ହେବ ସେ ବହୁତ ଭଲ ଭାବରେ ଜାଣନ୍ତି। ଟିଭିର ‘କ୍ୱିନ୍’ ଭାବରେ ପ୍ରସିଦ୍ଧ ଏକତା ‘ଶାସ୍ ବହୁ’ ଠାରୁ ନାଗ-ନାଗିନ୍ ପର୍ଯ୍ୟନ୍ତ ହିଟ୍ ସିରିଏଲ୍ ତିଆରି କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଏକତା କପୁରଙ୍କ ସୁପରନେଚୁରାଲ୍ ପାୱାର୍‌ରେ ଭରପୂର ଟିଭି ସିରିଏଲ୍ ‘ନାଗିନ୍’କୁ ପ୍ରଶଂସକମାନେ ଏତେ ପସନ୍ଦ କରିଛନ୍ତି ଯେ ବର୍ତ୍ତମାନ ଏକତା ଏହାର ସପ୍ତମ ସିଜନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି ।

ଏହାରି ଭିତରେ ‘ଉଡାରିଆ’ ଫେମ୍ ଅଭିନେତ୍ରୀ ପ୍ରିୟଙ୍କା ଚହର ଚୌଧୁରୀ ଏକ ଇନଷ୍ଟା ଷ୍ଟୋରୀ ପୋଷ୍ଟ କରିଛନ୍ତି। ଯାହା ପରେ ତାଙ୍କର ନାଗିନ୍ ହେବା ଚର୍ଚ୍ଚା ଆହୁରି ବଢିଛି । ପୋଷ୍ଟରେ ପ୍ରିୟଙ୍କା ଏକ ସେଲ୍ଫି ସେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କାଙ୍କ ଫୋନ କଭରରେ ଏକ ସାପ ଥିବା ଦେଖିବାକୁ ମିଳିଛି । ତେବେ ଏନେଇ କୌଣସି ସଠିକ୍ ସୂଚନା ମିଳିନାହିଁ କିମ୍ବା ପ୍ରିୟଙ୍କାଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ । କୁହାଯାଉଛି ଯେ ଏହି ଶୋ’ ପାଇଁ ପ୍ରିୟଙ୍କାଙ୍କୁ ଅନେକ ଥର ଯୋଗାଯୋଗ କରାଯାଇଥିବା ସତ୍ତ୍ଵେ ମଧ୍ୟ ସେ ଏବେ ଏହା କରିବାକୁ ଚାହୁଁନାହାଁନ୍ତି।

ସେପଟେ ନାଗିନ୍ ୭ ର ଘୋଷଣା ପରଠାରୁ ସୋସିଆଲ୍ ମିଡିଆରେ ଏହି ସିରିଏଲ୍‌କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିରିଏଲ୍‌ ଦେଖୁଥିବା ଅନେକ ପ୍ରଶଂସକ ନାଗିନ୍ ୭ ସହିତ ଜଡିତ ଅନେକ ସୂଚନା ଦେଇଛନ୍ତି। ଏହି ଶୋ’ରେ ଅଭିନେତା ଗୁଲ୍‌ତେଶମଙ୍କୁ ଦେଖିବାକୁ ମିଳିବ । ସେ ସିରିଏଲରେ ମୁଖ୍ୟ ନାଗ ଭୁମିକାରେ ଅଭିନୟ କରିବେ । ତେବେ ଏହା ପୂର୍ବରୁ ‘ୟେ ରିସ୍ତା କ୍ୟା କହଲତା ହେ’ ଏବଂ ‘ମ୍ୟାଡାମ୍ ସାର୍’ ପରି ଟିଭି ସିରିଏଲରେ ଗୁଲତେଶମ୍ ଅଭିନୟ କରିଛନ୍ତି।

କହି ରଖୁଛୁ ଯେ, କଲର୍ସରେ ପ୍ରସାରିତ ଶୋ’ ନାଗିନ୍ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଏହି ଶୋ’ର ପ୍ରଥମ ଭାଗରେ ମୌନି ରୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ଏହି ଶୋ’ଟି ବହୁତ ଲୋକପ୍ରିୟ ହୋଇଥିଲା। ଏହି କାରଣରୁ, ମୌନି ରୟ ଦ୍ୱିତୀୟ ସିଜିନରେ ମଧ୍ୟ ନାଗିନ୍ ହୋଇଥିଲେ। ଏହା ପରେ, ତୃତୀୟ ସିଜିନରେ ସୁରଭି ଜ୍ୟୋତି ନାଗିନ୍ ହୋଇଥିଲେ। ଚତୁର୍ଥ ସିଜିନରେ ନିଆ ଶର୍ମା ନାଗିନ୍ ହୋଇଥିବା ବେଳେ ପଞ୍ଚମ ସିଜିନରେ ସୁରଭି ଚନ୍ଦନା ନାଗିନ୍ ହୋଇଥିଲେ। ସେହିପରି ଷଷ୍ଠ ସିଜିନରେ ତେଜସ୍ୱୀ ପ୍ରକାଶ ନାଗିନ୍ ଭୁମିକାରେ ଅଭିନୟ କରିଥିଲେ। ତେଜସ୍ୱୀ ବିଗ୍ ବସ୍ ୧୫ ଜିତିଥିଲେ ଏବଂ ସେଠାରେ ତାଙ୍କୁ ନାଗିନ୍ ୬ ପାଇଁ ଅଫର୍ ମିଳିଥିଲା।

Comments are closed.