Latest Odisha News

ରାଉରକେଲାରେ ଜନବସତି ଭିତରକୁ ମାଡ଼ିଗଲା ଟ୍ରେନ୍

ରାଉରକେଲା: ଟ୍ରାକ୍ ଛାଡ଼ି ମାଲବାହୀ ଟ୍ରେନ୍ ବସ୍ତି ଭିତରକୁ ପଶିଯାଇଛି । ରାଉରକେଲା ବାସନ୍ତୀ କଲୋନୀ ମାଲଗୋଦାମ ନିକଟରେ ଘଟିଛି ଏହି ଅଘଟଣ । ତିନିଟି ବଗି ଲାଇଚ୍ୟୁତ ହୋଇ ବସ୍ତି ଭିତରକୁ ପଶି ଯାଇଥିଲା । ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟବଶତଃ ଦୁର୍ଘଟଣାରେ କୌଣସି ଜୀବନହାନି ଘଟି ନାହିଁ । କିନ୍ତୁ ଟ୍ରେନର ଧକ୍କାରେ ଅଧ ଡଜନ ଛୋଟ ଏବଂ ବଡ଼ ଯାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।

ଖବରମୁତାବକ, ମାଲବାହୀ ଟ୍ରେନ୍‌ର ବଗି ସାଇଡିଂ କାନ୍ଥ ଭାଙ୍ଗି ୬୦ ଫୁଟ ରାସ୍ତା ପାର ହୋଇ ଶଙ୍କର ଏବଂ ଖମ୍ମାନ ନାମକ ବ୍ୟକ୍ତିଙ୍କ ଦୋକାନରେ ପ୍ରବେଶ କରିଥିଲା । ଫଳରେ ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଏପଟେ ଦୁର୍ଘଟଣାର ପ୍ରାୟ ଦେଢ଼ ଘଣ୍ଟା ପରେ ରେଳ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପ୍ରାଥମିକ ତଦନ୍ତ ଅନୁସାରେ, ଟ୍ରେନ ଡ୍ରାଇଭର ଏବଂ କୁଲିଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଦୁର୍ଘଟଣା ଘଟିଛି। କିଛି ଲୋକ ଏହାକୁ ଡ୍ରାଇଭରଙ୍କ ଅବହେଳା ବୋଲି ମଧ୍ୟ କହୁଛନ୍ତି। ଏପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ରେଳପ୍ରଶାସନ ଘଟଣାସ୍ଥଳରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିନଥିଲା ।

Comments are closed.