Latest Odisha News

BREAKING NEWS

ପାଣି ପିଇବା ବେଳେ ହାତୀ ଶୁଣ୍ଢକୁ ମାଡ଼ି ବସିଲା କୁମ୍ଭୀର, ତାପରେ କଣ ହେଲା …

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ କେହି କହି ପାରିବେ ନାହିଁ । କିନ୍ତୁ ଧୈର୍ଯ୍ୟର ସହ ମୁକାବିଲା କଲେ ବେଳେବେଳେ ମୃତ୍ୟୁ ବି ହାର ମାନିଯାଏ । ଏମିତି ଏକ ରୋମାଞ୍ଚକର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପାଣି ପିଇବା ବେଳେ ହାତୀ ଦଳଙ୍କ ଉପରେ ହଠାତ୍ କୁମ୍ଭୀର ଆକ୍ରମଣ କରିବା ପରେ କଣ ହେଲା ଦେଖିଲେ ଆପଣଙ୍କ ଛାତି ଥରି ଉଠିବ ।

ଲାଇଫ୍ ଏଣ୍ଡ ନେଚର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଭିଡିଓ ପୋଷ୍ଟ ହୋଇଛି । ଦେଖିଲେ ଆପଣଙ୍କ ବି ଚକିତ ହୋଇଯିବେ । ମୃତ୍ୟୁ ଏମିତି ବି ଆସିପାରେ ।

ଭିଡିଓରେ ଦେଖିବାକୁ ମିଳିଛି ନାଳ ଭିତରେ ହାତୀ ଦଳ ପାଣି ପିଇବାକୁ ପଶିଥିଲେ । ହଠାତ୍ ଏକ କୁମ୍ଭୀର ଗୋଟିଏ ଛୁଆ ହାତୀର ଶୁଣ୍ଢକୁ ପାଟିରେ କାମୁଡ଼ି ଧରିଲା । ଅନ୍ୟ ହାତୀମାନେ କିଛି ବୁଝି ପାରିଲେ ନାହିଁ । ଛୁଆ ହାତୀ ନିଜ ଶୁଣ୍ଢକୁ ଅଲଗା କରିବା ପାଇଁ ଚେଷ୍ଟା କଲା । କୁମ୍ଭୀର ବି ଛାଡୁ ନଥିଲା । ଏତିକିବେଳେ ଗୋଟିଏ ବଡ଼ ହାତୀ ନିଜ ଦାନ୍ତରେ କୁମ୍ଭୀର ଉପରେ ହମଲା କରିଥିଲା । ଉପାୟ ନପାଇ ଛୁଆ ହାତୀକୁ ଛାଡ଼ି ପଳାଇ ଯାଇଥିଲା ଦୁଷ୍ଟ କୁମ୍ଭୀର ।

ଭିଡିଓରୁ ଗୋଟିଏ କଥା ଜଣା ପଡୁଛି ଯେ, ମିଳିମିଶି ମୁକାବିଲା କଲେ ମୃତ୍ୟୁକୁ ବି ମାତ ଦେଇ ହେବ । ଏକତା ହିଁ ବିଜୟର ଚାବି କାଠି । ଏଥିପାଇଁ ହାତୀମାନେ ଯୁଆଡ଼େ ଯାଆନ୍ତି ଦଳ ଦଳ ହୋଇ ଯାଆନ୍ତି ।

Leave A Reply

Your email address will not be published.