ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚରମ ଅବହେଳା ଦେଖିବାକୁ ମିଳିଛି। ଦିଲ୍ଲୀ ବିମାନବନ୍ଦରରେ ଜଣେ ଅବସରପ୍ରାପ୍ତ ସେନା ଜେନେରାଲଙ୍କ ବିଧବା ପତ୍ନୀଙ୍କୁ ଦିଲ୍ଲୀରୁ ଏୟାର ଇଣ୍ଡିଆର ଏକ ବିମାନରେ ମାର୍ଚ୍ଚ ୪ରେ ଯାତ୍ରା କରିବାରଥିଲା। କିନ୍ତୁ ଦିଲ୍ଲୀ ବିମାନବନ୍ଦରରେ କର୍ତ୍ତୁପକ୍ଷ ବୃଦ୍ଧାଙ୍କୁ ହ୍ୱିଲଚେୟାର ଦେବାକୁ ମନା କରିଦେଇଥିଲେ।
ମହିଳା ଜଣକ ପ୍ରାୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହ୍ୱିଲଚେୟାର ଲାଗି ଅପେକ୍ଷା କରିଥିଲେ କିନ୍ତୁ ବହୁତ ସମୟ ଅପେକ୍ଷା କରିବା ପରେ ମଧ୍ୟ ହ୍ୱିଲଚେୟାର ମିଳିନଥିଲା। ଫଳରେ ବୃଦ୍ଧା ମହିଳା ଏବଂ ତାଙ୍କ ନାତୁଣୀଙ୍କୁ ପାଦରେ ଚାଲି ଚାଲି ବିମାନବନ୍ଦରର ଏଣ୍ଟ୍ରି ଗେଟ୍ ଭିତରକୁ ଯାଇଥିଲେ। ବିମାନବନ୍ଦରରେ ଏୟାର ଇଣ୍ଡିଆ ଟିକେଟ କାଉଣ୍ଟରରେ ପହଞ୍ଚିବା ପରେ ସେ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ନାକରୁ ରକ୍ତ ବାହାରିଥିଲା। ଏପରିକି ତାଙ୍କ ଉପର ଓଠ ଏବଂ ଜିଭରେ ମଧ୍ଯ ଆଘାତ ଲାଗିଥିଲା।
ମହିଳାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି। ଏପଟେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏୟାରଲାଇନ୍ସ ଉପରେ ବର୍ଷିଛନ୍ତି ତାଙ୍କ ନାତୁଣୀ ପାରୁଲ କନୱର।
Comments are closed.