Latest Odisha News

ସୋସିଆଲ ମିଡିଆରେ ଘୁରି ବୁଲୁଛି ଲୋକସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୨୪। ତେଣୁ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଅଛନ୍ତି । ତେବେ ଲୋକସଭା ନିର୍ବାଚନ ତାରିଖ ସମ୍ପର୍କରେ ସୋସିଆଲ ମିଡିଆରେ ଏବେ ତାରିଖ  ଭାଇରାଲ ହେବାରେ ଲାଗିଛି । ଭାଇରାଲ ମେସେଜରେ ଉଲ୍ଲେଖ କରାଯାଇଛି ଯେ ଏପ୍ରିଲ ୧୯ ତାରିଖରେ  ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ ମାର୍ଚ୍ଚ ୧୨ରେ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ମେସଜରେ ଦାବି କରାଯାଇଛି । ମାର୍ଚ୍ଚ ୧୮ରେ ନାମାଙ୍କନପତ୍ର ଆରମ୍ଭ ହେବ । ଫଳାଫଳ ମେ’ ୨୨ରେ ଆସିବ । ମେ’ ୩୦ରେ କେନ୍ଦ୍ରରେ ସରକାର ଗଠନ କରାଯିବ ।

କିନ୍ତୁ ନିର୍ବାଚନ କମିଶନ ଏହି ମେସେଜକୁ ନକଲି ବୋଲି କହିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବା ନେଇ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ।

ଭାଇରାଲ ମେସେଜକୁ ନେଇ ନିର୍ବାଚନ କମିଶନ ଏକ୍ସରେ ଲେଖିଛନ୍ତି,‘‘ଏହି ମେସେଜ ସଂପୂର୍ଣ୍ଣ ଭାବେ ମିଥ୍ୟା । ଲୋକସଭା ନିର୍ବାଚନ ପାଇଁ କୌଣସି କାର୍ଯ୍ୟସୂଚୀ ଜାରି କରାଯାଇନାହିଁ । ’’

ସୂଚନାଥାଉକି, ନିକଟରେ ନିର୍ବାଚନ କମିଶନ ଦେଶର ସବୁ ରାଜନୈତିକ ଦଳକୁ ନିର୍ବାଚନୀ ପ୍ରଚାର ବେଳେ ଶିଷ୍ଟାଚାର ଓ ଅତ୍ୟଧିକ ସଂଯମ ରହିବାକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପ୍ରଚାର  ଲାଗି କମିଶନଙ୍କ ପକ୍ଷରୁ ଆଡଭାଇଜରୀ ବି ଜାରି ହୋଇଛି । ଆଡଭାଇଜରୀରେ ନିର୍ବାଚନ କମିଶନ କହିଛନ୍ତି,‘‘ କୌଣସି ଦଳ କିମ୍ୱାର ପ୍ରାର୍ଥୀ ଜାତି, ଧର୍ମ ଓ ଭାଷା ନାମରେ ଭୋଟ ମାଗନ୍ତୁ ନାହିଁ । ଭକ୍ତ ଓ ଭଗବାନ ମଧ୍ୟରେ ସଂପର୍କକୁ ନେଇ ଥଟ୍ଟା ପରିହାସ କରନ୍ତୁ ନାହିଁ ।’’

 

Comments are closed.