Latest Odisha News

BREAKING NEWS

ଚାଷୀ, ମହିଳା ଓ ଯୁବକଙ୍କୁ ହତାଶ କରିଛି ବିଜେପି: ନବୀନ

ଭଦ୍ରକ: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଭଦ୍ରକ ଓ ବାଲେଶ୍ୱରଠାରେ ଅନୁଷ୍ଠିତ ଦୁଇଟି ବିଶାଳ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଜେପିକୁ ସମାଲୋଚନା କରିଛନ୍ତି । ଗତ ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଛି ବୋଲି କହିଛନ୍ତି ନବୀନ ।

ଭଦ୍ରକର ନେହେରୁ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ଯୋଗଦେଇ ନବୀନ ସିଧାସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ଯେତେବେଳେ ହୁଡ଼ହୁଡ଼, ଫାଇଲିନ, ତିତିଲି ପରି ପ୍ରାକୃତିକ ଦୁର୍ବିପାକ କିମ୍ବା ବନ୍ୟା ସମୟରେ ସେତେବେଳେ କେହି ଆସିିଲେ ନାହିଁ ।

୨୦୧୪ରେ ବିଜେପି ବହୁମତରେ ସରକାର ଗଠନ କଲା । ଲୋକଙ୍କର କୌଣସି ପ୍ରତିଶ୍ରୁତି ପାଳନ କରିନପାରି ବିଜେପି ଗତ ପାଞ୍ଚବର୍ଷ ମଧ୍ୟରେ ଲୋକଙ୍କର ବିଶ୍ୱାସ ହରାଇଛି । ବିମୁଦ୍ରାକରଣ କଲେ । ଗରିବ ଆହୁରି ଗରିବ ହେଲା । ଜିଏସଟି କଲେ । ଯୁବକ ରୋଜଗାର ହରାଇଲା । ଚାଷୀପାଇଁ କିଛି କଲେନାହିଁ । ସେଥିଲାଗି ବିଜେପି ସବୁ ନିର୍ବାଚନରେ ହାରୁଛି । ଗୁଜୁରାଟ ମଡ଼େଲର ବହୁତ ପ୍ରଚାର ହେଲା, ଗୁଜରାଟରେ ୧୮୨ଟି ବିଧାନସଭା ଆସନ । ୨୦୧୭ରେ ବିଜେପି ପାଇଲା ମାତ୍ର ୯୯ଟି ଆସନ । ବିଜେପି ହାରୁହାରୁ ଜିତିଗଲା । ସେହିପରି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ପଞ୍ଜାବରେ ସବୁଠି ଡ଼ବଲ୍ ଇଞ୍ଜିନ୍ ଲାଗିଥିଲା । କିନ୍ତୁ, ହେଲା କ’ଣ?

କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳା ମାନଙ୍କୁ ତାଙ୍କ ହକ୍ ଦେଇଛି ।

Leave A Reply

Your email address will not be published.