Latest Odisha News

BREAKING NEWS

ବ୍ରହ୍ମଗିରିରେ ଗ୍ରାମବାସୀ ଭାଙ୍ଗିଦେଲେ ଇଭିଏମ୍

ପୁରୀ: ମଙ୍ଗଳବାର ଦିନ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କମାଶାସନ ଅଞ୍ଚଳର ୨୨୨ ନଂ ବୁଥରେ ଇଭିଏମ୍ ବା ଭୋଟିଂ ମେସିନଗୁଡ଼ିକୁ ଗ୍ରାମବାସୀ ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ନିଜ ମୁତାବକ ଭୋଟ ସୁଇଚ୍ ଟିପିଲେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଚାଲିଯାଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ମିଳିଥିବା ସୂଚନାନୁଯାୟୀ, ସ୍ଥାନୀୟ ବାସିନ୍ଦା ଏସମ୍ପର୍କରେ ପ୍ରିଡ଼ାଇଡ଼ିଂ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ଏହାକୁ ବିଶେଷ ଗୁରୁତ୍ୱ ଦେଇନଥିଲେ ।

ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ସେହି ବୁଥରେ ଥିବା ସମସ୍ତ ଇଭିଏମ/ଭୋଟିଂ ମେସିନ ଗୁଡ଼ିକୁ ଭାଙ୍ଗି ଚୁରମାର୍ କରିଦେଇଛନ୍ତି ।

ଏହି ଘଟଣା ଘଟିବା ପରେ ସେହି ଭୋଟଗ୍ରହଣ କେନ୍ଦ୍ରରେ ଅତିରିକ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ମଙ୍ଗଳବାର ସକାଳେ ଏହି ଏକା ପ୍ରକାର ଅଭିଯୋଗ ହୋଇଥିଲା କଟକ ବଡ଼ମ୍ବା ଝଜିଆ ୟୁଜିଏମଇ ସ୍କୁଲରେ ଥିବା ୧୯୬ ନଂ ବୁଥରେ । ମାତ୍ର ଏନେଇ ତଦନ୍ତ ହେବାପରେ ହିଁ ଇଭିଏମ ଓ ଭିଭିପାଟରେ ତ୍ରୁଟି ନଜରକୁ ଆସିଥିଲା ।

Leave A Reply

Your email address will not be published.