Latest Odisha News

କରୋନା ଭିତରେ କେମିତି ହେବ ନିର୍ବାଚନ, ଆସିଲା ଗାଇଡଲାଇନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କିଭଳି ହେବ ନିର୍ବାଚନ । ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏହାରି ଭିତରେ ଆଜି ନିର୍ବାଚନ କମିଶନ ପକ୍ଷରୁ ଭୋଟିଂ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ, ଭୋଟରମାନେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ । ସେହିପରି ଆଶାୟୀ ପ୍ରାର୍ଥୀମାନେ କେବଳ ଅନ୍‌ଲାଇନ୍ ଜରିଆରେ ହିଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି ।

ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ଅଧିକାରୀ ମାସ୍କ ପିନ୍ଧିବାକୁ ବାଧ୍ୟ । ଭୋଟମାନେ ଇଭିଏମ୍ ପାଖକୁ ଯିବା ବେଳେ ସେମାନଙ୍କୁ ମତଦାନ କେନ୍ଦ୍ରରେ ଥିବା ଅଧିକାରୀ ଗ୍ଲୋବ୍ସ ଦେବେ । ଏଥିସହ ପୁଲିଂ ଅଧିକାରୀମାନେ ଭୋଟରମାନଙ୍କୁ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଦେବେ ।

ସେହିପରି ଭୋଟରଙ୍କ ସହ ଆସିଥିବା ସେମାନଙ୍କ ପିଲାମାନଙ୍କୁ ଫେସିଆଲ ପିପିଇ କିଟ୍ ମଧ୍ୟ ଯୋଗାଇ ଦିଆଯିବ । ମତଦାନ କେନ୍ଦ୍ରରେ ପ୍ରବେଶ ପର୍ବୂରୁ ଥର୍ମାଲ ସ୍କ୍ରିନିଂ କରାଯିବ । ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ କେନ୍ଦ୍ରକୁ ଛଡାଯିବ ନାହିଁ । ଟୋକନ ବ୍ୟବସ୍ଥା କରାଯିବ । ସବୁ ମତଦାନ କେନ୍ଦ୍ରରେ ସାମାଜିକ ଦୂରତା ପାଳନ କରାଯିବ । ଏଥିସହ ଗାଇଡଲାଇନ୍ ଅନୁଯାୟୀ ଜଣେ ପ୍ରାର୍ଥୀ ହିଁ ରୋଡ୍ ଶୋ’ ସଭାସମିତି କରିପାରିବେ । ରୋଡ୍ ଶୋ’ରେ ପ୍ରାର୍ଥୀଙ୍କୁ ମିଶାଇ କେବଳ ୫ ଜଣ ହିଁ ଯାଇପାରିବେ ।

Comments are closed.