Latest Odisha News

BREAKING NEWS

‘ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ’

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଗଣତି ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଏପରି କରିବାକୁ ହେଲେ ପ୍ରଥମେ ଆମ ସମ୍ବିଧାନରେ ନିୟମ ପରିବର୍ତ୍ତନ କରିବାକୁ ହେବା ଏଥିପାଇଁ ସଂସଦରେ କେନ୍ଦ୍ର ସରକାର ଏନେଇ ଆଗକୁ ବଢିଲେ ୱାନ ନେଶନ, ୱାନ ଇଲେକ୍ସନ ହୋଇପାରିବ ।

ସେହିପରି ଇଭିଏମକୁ ନେଇ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ଅଭିଯୋଗର ଜବାବ ରଖିଛନ୍ତି । ସେ କହିଛନ୍ତି ଇଭିଏମ ଟ୍ୟାମ୍ପରିଂ କିମ୍ବା ଭୋଟ୍ ଗଣତିରେ ଜାଲିଆତି ହୋଇପାରିବ ନାହିଁ । ଦେଶର ନିର୍ବାଚନ କମିଶନ ଏ ଦିଗରେ ବହୁତ ଯତ୍ନବାନ । ତେବେ ଇଭିଏମ ନେବା ସମୟରେ ରାଜନୀତିକ ଦଳର ପ୍ରାର୍ଥୀଙ୍କୁ ଖବର ଦେବା କଥା । ହେଲେ ବାରଣାସୀର ଏଡିଏମ ଏହା କରିନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ଏବେ ନିଲମ୍ବନ କରାଯାଇଛିା ଯାହାକି ଏକ ପ୍ରକ୍ରିୟା ।

ସେ ଆହୁରି କହିଛନ୍ତି, ୨୦୦୪ରେ ଇଭିଏମ ବ୍ୟବହାର ହୋଇ ଆସୁଛି । ୨୦୧୯ରେ ପ୍ରତ୍ୟେକ ବୁଥରେ ଭିଭିପାଟ୍ ମେସିନ ମଧ୍ୟ ଲଗାଯାଇଥିଲା ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.