Latest Odisha News

BREAKING NEWS

ବିଜୟ ଉତ୍ସବ ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ତାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ବଢୁଥିବାରୁ ମେ ୨ ତାରିଖ କିମ୍ବା ତାପରେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ବିଜୟ ଉତ୍ସବ କିମ୍ବା ଶୋଭାଯାତ୍ରା ଆୟୋଜନ କରିପାରିବେ ନାହିଁ । ବିଜୟ ଉତ୍ସବ ଉପରେ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ ।

କରୋନା କାଳରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଚାରିଆଡୁ ନିର୍ବାଚନ କମିଶନ ସମାଲୋଚନାର ଶିକାର ହୋଇଛନ୍ତି । ଏପରିକି ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ କଡ଼ା ଭର୍ତ୍ସନା ବି କରିଥିଲେ । ଦେଶରେ ସଂକ୍ରମଣ ବଢ଼ିବା ନେଇ ନିର୍ବାଚନ କମିଶନଙ୍କୁ ଦାୟୀ କରିଥିଲେ ମାଡ୍ରାସ ହାଇକୋର୍ଟ । କରୋନା ମୃତ୍ୟୁ ନେଇ କାହିଁକି ଇସିଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେବ ନାହିଁ ବୋଲି ମୌଖିକ ଟିପ୍ପଣୀ ବି ଦେଇଥିଲେ । ଏହାପରେ ନିର୍ବାଚନରେ ବିଜୟ ଉତ୍ସବ ଉପରେ ବ୍ୟାନ ଜାରି କରିଛି ନିର୍ବାଚନ କମିଶନ ।

Leave A Reply

Your email address will not be published.