Latest Odisha News

BREAKING NEWS

ଆଜି ଓଡ଼ିଶାରୁ ହାଇଦ୍ରାବାଦ ପହଞ୍ଚିଛି ୫ଟି ଅକ୍ସିଜେନ ଟ୍ୟାଙ୍କର

ହାଇଦ୍ରାବାଦ: ଆଜି ଓଡ଼ିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର ତେଲେଙ୍ଗାନା ପହଞ୍ଚିଛି। ତେଲେଙ୍ଗାନା ସୋମବାର ଦିନ ଓଡିଶାରୁ ୫ଟି ଅକ୍ସିଜେନ ଟ୍ୟାଙ୍କର୍ ପାଇ ତୁରନ୍ତ ସେଗୁଡିକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।

ଶୁକ୍ରବାର ଦିନ ହାଇଦ୍ରାବାଦରୁ ଓଡିଶାକୁ ଉଡ଼ାଣ କରାଯାଇଥିବା ନଅଟି ଖାଲି ଟ୍ୟାଙ୍କର୍ ମଧ୍ୟରୁ ପାଞ୍ଚଟି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌)ରୁ  ଅମ୍ଳଜାନ ଭର୍ତ୍ତି ହୋଇ ଫେରିଛି।

ଓଡ଼ିଶା ଏହି ଟ୍ୟାଙ୍କର୍‌ଗୁଡିକୁ ତେଲେଙ୍ଗାନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଟିଆଇଏମ୍ଏସ୍), ଜିଲ୍ଲା ହସପିଟାଲ୍, କିଙ୍ଗ କୋଥି, ଚେଷ୍ଟ ହସ୍ପିଟାଲ୍ ଏବଂ ଚେରଲାପାଲିର ଆରେ ହସ୍ପିଟାଲ୍‌କୁ ପଠାଇଛି। ଏହାଛଡ଼ା ହାଇଦ୍ରାବାଦ ତଥା ଏହାର ଆଖପାଖରେ ଏବଂ ଖମ୍ମାମ ଏବଂ କରିମନଗରର ସରକାରୀ ଡାକ୍ତରଖାନାକୁ ମଧ୍ୟ ପଠାଇଛି।

Leave A Reply

Your email address will not be published.