Latest Odisha News

BREAKING NEWS

ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର, ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା

ଭୁବନେଶ୍ବର: ଆଜିଠୁ ତିନି ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୭ ଜଣିଆ ଅଧିକାରୀମାନଙ୍କ ଏକ ଟିମ୍ ମଧ୍ୟ ଓଡ଼ିଶା ଆସୁଛନ୍ତି । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।

ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ନିର୍ବାଚନ କମିଶନର ବିଭିନ୍ନ ଜାତୀୟ ଏବଂ ଆଂଚଳିକ ରାଜନୈତିକ ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନ କରିବେ ।

ଏହା ପରଦିନ ଅର୍ଥାତ୍ ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଫିସର, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି ଏବଂ ଏନଫୋର୍ସମେଣ୍ଟ ଏଜେନ୍ସି ସହ ନିର୍ବାଚନ ବାବଦରେ ସମୀକ୍ଷା କରିବେ ନିର୍ବାଚନ କମିଶନରଙ୍କ ଟିମ୍ ।

Comments are closed.