Latest Odisha News

BREAKING NEWS

ଆଇପିଏସ ଡିଏସ୍‌ କୁଟ୍ଟେଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡିଏସ୍ କୁଟ୍ଟେଙ୍କୁ ନିର୍ବାଚନ କମିଶନ ନିଲମ୍ବିତ କରିଛନ୍ତି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ନିର୍ବାଚନ କମିଶନ।

ଆଇପିଏଲ କୁଟ୍ଟେ ହେଉଛନ୍ତି ରାଜ୍ୟର ଅନ୍ୟତମ ପ୍ରମୁଖ ଅଫିସର। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ରହିଛନ୍ତି ସେହିପରି ଅନ୍ୟତମ ଆଇପିଏସ ଅଫିସର ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଏମ୍ସର ଏକ ଡାକ୍ତରୀ ଟିମ୍ ଯାଞ୍ଚ କରିବ ବୋଲି ନିର୍ଦ୍ଦେଶ ରହିଛି। ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗରେ ଏଭଳି ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ଏବେ ନିର୍ବାଚନ କମିଶନ କୁଟ୍ଟେଙ୍କୁ ଆସନ୍ତାକାଲି ସୁଦ୍ଧା ଦିଲ୍ଲୀରେ ହାଜର ହେବାକୁ କୁହାଯାଇଛି।

ମେ ୪ରୁ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ଛୁଟିରେ ଥିବା ବେଳେ ନିର୍ବାଚନରେ କିଭଳି ସକ୍ରିୟ ରହିଥିଲେ ତାହା ଏବେ ତଦନ୍ତ ସାପେକ୍ଷ। ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବାକୁ ନିର୍ଦ୍ଦେଶ ରହିଛି । ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପି ନିକଟରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା ଯେ କୁଟ୍ଟେ ବିଜେଡି ପାଇଁ କାମ କରୁଛନ୍ତି। ତାଙ୍କ ମୋବାଇଲ ସିଜ୍ କରିବା ସହିତ କଲ୍ ରେକର୍ଡ ଯାଞ୍ଚ କରି ସାର୍ବଜନୀନ କରିବାକୁ ଦାବି କରିଥିଲା ଦଳ। କୁଟ୍ଟେ ବିଭିନ୍ନ ଲୋକଙ୍କ ଫୋନ୍ ରେକର୍ଡ କରୁଥିବାର ଅଭିଯୋଗ ରହିଥିଲା।

ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତିର ସଚିବ ହୋଇ ଶାସକ ଦଳ ପାଇଁ କାମ କରୁଥିବାର ବିଜେପି ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ତାଙ୍କୁ ଅନ୍ୟ ଏକ ବିଭାଗକୁ ବଦଳି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.