Latest Odisha News

BREAKING NEWS

ଫେବୃଆରୀ ୧୫ରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନିର୍ବାଚନ କମିସନ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ଭାରତ ନିର୍ବାଚନ କମିସନ । ନିର୍ବାଚନ ପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରୁ ଆରମ୍ଭ କରି ୧୭ ତାରିଖ ଯାଏଁ ଓଡିଶା ଗସ୍ତରେ ରହିବେ ନିର୍ବାଚନ କମିସନ ଓ ଟିମ ।

ଦେଶରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ ୨୦୨୪ । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଭାରତୀୟ ନିର୍ବାଚନ କମିସନ । ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟକୁ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ଏହି କ୍ରମରେ ଆସନ୍ତା ୧୫ ତାରିଖରୁ ଓଡିଶା ଗସ୍ତରେ ଆସୁଛନ୍ତି । ୧୭ ତାରିଖ ଯାଏଁ ଓଡିଶାରେ ରହିବେ ଭାରତୀୟ ନିର୍ବାଚନ କମିସନ । ୩ ଦିନ ଓଡିଶାରେ ରହି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।

Leave A Reply

Your email address will not be published.