Latest Odisha News

BREAKING NEWS

୩୨ବର୍ଷ ପରେ ସମୁଦ୍ରରୁ ମିଳିଲା ଚିଠି, ଯେଉଁଥିରେ ଲେଖାଅଛି ଏମିତି କିଛି

ନୂଆଦିଲ୍ଲୀ: ଆମେ ଫିଲ୍ମରେ ଅନେକ କାହାଣୀ ଦେଖିଛେ ଯେଉଁଠି ଅନେକ ବର୍ଷ ପରେ ଅଚାନକ କିଛି ଜିନିଷ ମିଳିଯାଏ। ଏମିତି ଏକ ଘଟଣା ଘଟିଛି ନ୍ୟୁୟର୍କରେ। ଯେଉଁଠି ଶିନ୍ନେକକ୍‌ ୱେ ତଟରେ ଜଣେ ବ୍ୟକ୍ତିଙ୍କୁ ଏକ ବୋତଲ ମିଳିଥିଲା । ତା’ ଭିତରେ ଏକ ଚିଠି ଥିଲା, ଯାହାକି ୩୨ବର୍ଷ ତଳର। ତେବେ ବୋତଲଟି ୩୨ ବର୍ଷ ହେଲା ପାଣିରେ ଭାସୁଥିଲା ।

୩୨ ବର୍ଷ ତଳେ କେହି ଜଣେ ବୋତଲ ଭିତରେ ଚିଠି ଭର୍ତ୍ତି କରି ପାଣିକୁ ଫିଙ୍ଗି ଦେଇଥିଲା । ଚିଠିରେ ଲିଖିତ ବାର୍ତ୍ତା ପଢ଼ିବା ପରେ ସେହି ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଗଲା । ବୋତଲ ପାଇଥିବା ବ୍ୟକ୍ତି ହେଉଛନ୍ତି ଆଡାମ୍‌ ଟ୍ରାଭିସ୍‌ । ଏଥିରେ ଥିବା ଚିଠିରେ ଉଲ୍ଲେଖ ହୋଇଥିଲା ‘ଡିୟର୍‌ ଫାଇଣ୍ଡର୍‌, ନବମ ଶ୍ରେଣୀ ପାଇଁ ଆର୍ଥ୍‌ ସାଇନ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଲଙ୍ଗ୍‌ ଦ୍ୱୀପ ନିକଟସ୍ଥ ଆଟ୍‌ଲାଣ୍ଟିକ୍‌ ମହାସାଗରରେ ଫିଙ୍ଗାଯାଇଛି । ଦୟାକରି ତଳେ ଦିଆଯାଇଥିବା ତଥ୍ୟ ପୂରଣ କରନ୍ତୁ ଏବଂ ବୋତଲ ଆମକୁ ଫେରାଇ ଦିଅନ୍ତୁ । ଧନ୍ୟବାଦ।’

ବୋତଲଟିରେ ଥିବା ଚିଠି ତଳେ ଦୁଇଜଣଙ୍କ ନାଁ ଶନ୍‌ ଓ ବେନ୍‌ ଉଲ୍ଲେଖ ହୋଇଥିଲା । ଠିକଣା ସ୍ଥାନରେ ଲଙ୍ଗ୍‌ ଦ୍ୱୀପର ମାଟ୍ଟିଟକ୍‌ ହାଇସ୍କୁଲ ଉଲ୍ଲେଖ ହୋଇଥିଲା । ଶନ୍‌ ଓ ବେନ୍‌ଙ୍କୁ ଖୋଜିବା ପାଇଁ ଟ୍ରାଭିସ୍‌ ମାଟ୍ଟିଟକ୍‌ ହାଇସ୍କୁଲ ଆଲୁମିନିର ଫେସ୍‌ବୁକ ପେଜ୍‌ରେ ଚିଠିର ଫଟୋ ପୋଷ୍ଟ୍‌ କଲେ । ଏହା ଦେଖି ବହୁ ସଂଖ୍ୟକ ପୂର୍ବ ଛାତ୍ର ସେମାନଙ୍କ ଶିକ୍ଷକ ରିଚାର୍ଡ ବ୍ରୁକ୍ସଙ୍କୁ ମନେପକାଇଲେ । ବ୍ରୁକ୍ସ ୧୯୯୨ ମସିହାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଘଟଣାକୁ ୩୨ ବର୍ଷ ବିତିଗଲାଣି । ତେବେ ଶନ୍‌ ଓ ବେନ୍‌ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ବ୍ରୁକ୍ସଙ୍କ ପୁଅ ଜନ୍‌ ବ୍ରୁକ୍ସ ଏହି ପୋଷ୍ଟ୍‌ର ଜବାବ ଦେଇ ଖୁବ୍‌ ଭାବୁକ ହୋଇପଡ଼ିଛନ୍ତି ।

 

 

 

Leave A Reply

Your email address will not be published.