ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଭୋଟ ଗଣତି । ୪ ରାଜ୍ୟର ଫଳାଫଳା ସାମ୍ନାକୁ ଆସିଛି । ଫଳାଫଳରୁ ଯାହା ଜଣାପଡୁଛି, ରାଜସ୍ଥାନରେ କଂଗ୍ରେସ ପଛରେ ଥିବାବେଳେ ତେଲେଙ୍ଗାନାରେ ଜୋଶରେ ଆଗେଇ ଚାଲିଛି କଂଗ୍ରେସ । ଛତିଶଗଡରେ ବିଜେପି-କଂଗ୍ରେସ କ୍ଲୋଜ ଫାଇଟ ଚାଲିଥିବାବେଳେ ମଧ୍ୟପ୍ରଦେଶରେ ବିଜେପିଠାରୁ ବହୁ ପଛରେ ଅଛି କଂଗ୍ରେସ ।
ରାଜସ୍ଥାନରେ ବିଧାନସଭା ଆସନର ଫଳାଫଳ ସାମ୍ନାକୁ ଆସିଛି । ଏଥିମଧ୍ୟରୁ ବିଜେପି ୧୦୫ ଆସନରେ ଆଗରେ ଥିବାବେଳେ ୮୦ ଆସନରେ କଂଗ୍ରେସ ଆଗରେ ରହିଛି । ୧୪ ଆସନରେ ଅନ୍ୟମାନେ ଆଗରେ ରହିଛନ୍ତି ।
ସେହିପରି ଛତିଶଗଡରେ ୭୮ଟି ଆସନର ଫଳାଫଳ ସାମ୍ନାକୁ ଆସିସାରିଛି । କଂଗ୍ରେସ ୪୬ ଆସନରେ ଆଗରେ ଥିବାବେଳେ ବିଜେପି ୩୧ ଆସନରେ ଆଗରେ ରହିଛି ।
ତେଲେଙ୍ଗାନାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସ ୬୬ରେ, ବିଆରଏସ ୪୦ରେ ଏବଂ ବିଜେପି ୬ ଆସନରେ ଆଗରେ ରହିଛି । ଏଆଇଏମଆଇଏମ ୭ଟି ଆସନରେ ଆଗରେ ଥିବା ନଜରକୁ ଆସିଛି ।
ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ୨୦୯ ଆସନ ମଧ୍ୟରୁ ବିଜେପି ୧୩୦ ଏବଂ କଂଗ୍ରେସ ୯୬ ଆସନରେ ଆଗରେ ଅଛନ୍ତି । ଅନ୍ୟମାନେ ୨ଟି ଆସନରେ ଆଗରେ ଥିବା ଦେଖିବାକୁ ମିଳିଛି ।
Comments are closed.