Latest Odisha News

ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ରାମରାଜ୍ୟ ପୋଷ୍ଟର ଝୁଲାଇ କଂଗ୍ରେସ ପାଳିଲାଣି ବିଜୟ ଉତ୍ସବ

ନୂଆଦିଲ୍ଲୀ:ନିର୍ବାଚନ ଫଳାଫଳ ସାମ୍ନାକୁ ଆସିନି । ହେଲେ କଂଗ୍ରେସ ତାର ବିଜୟ ଉଲ୍ଲାସ ମନାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଲାଣି ।   ଦିଲ୍ଲୀ ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳିବା ପାଇଁ ସମସ୍ତ ପ୍ରସ୍ତୁତି ସାରି ଦେଇଛନ୍ତି ।

ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଏକ ଅଲଗା ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ଫଳାଫଳ ସାମ୍ନାକୁ ଆସିବା ପୂର୍ବରୁ ଢୋଲ, ବାଜା ବଜାଇ ବିଜୟ ଉତ୍ସବ ପାଳୁଥିବା ଦେଖିବାକୁ ମିଳିଛି । କର୍ମକର୍ତ୍ତାମାନେ ଭଗବାନ ରାମଙ୍କର ଫଟୋ ଥିବା ପୋଷ୍ଟର ଲଗାଇଛନ୍ତି । ଏଥିରେ ଦାବି କରାଯାଇଛି, ୪ ରାଜ୍ୟରେ କଂଗ୍ରେସ ସରକାର ଗଢିବାକୁ ଯାଉଛି ।

ଏହି ପୋଷ୍ଟରରେ ଭଗବାନ ରାମଙ୍କ ଫଟୋ ଉପରେ ରହିଥିବାବେଳେ ତଳେ ରାହୁଲ ଓ ପ୍ରିୟଙ୍କାଙ୍କର ଫଟୋ ରହିଛି । ଯେଉଁଥିରେ ଉଲ୍ଲେଖ ରହିଛି, ‘ରାହୁଲ ପ୍ରିୟଙ୍କାଙ୍କର ଦେଖ ଖେଳ..ଭାଜପାକୁ କରିଦେଲେ ରେଲ ।’ ଏହାବ୍ୟତୀତ ରାହୁଲ ପ୍ରିୟଙ୍କାଙ୍କ ଫଟୋ ଉପରେ ଅନେକ ନାରା ଲେଖାଥିବା ପୋଷ୍ଟର ଦେଖିବାକୁ ମିଳିଛି । ଅନ୍ୟ ଏକ ପୋଷ୍ଟରରେ ଲେଖା ଯାଇଛି, ଅବକି ବାର ଝୋଲା ଉଠାଏ ମୋଦି ସରକାର ।

ସେହିପରି ଛତିଶଗଡରେ ବି କଂଗ୍ରେସ ଦାବି କରିଛି ବହୁମତ ସହ ସରକାର ଗଠନ କରିବ । ଏହାକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି । ଏପରିକି ସେଠାରେ ଫଳାଫଳ ଆସିବା ପୂର୍ବରୁ ମିଠା ବଣ୍ଟା ଆରମ୍ଭ ହୋଇଗଲାଣି ।

Leave A Reply

Your email address will not be published.