Latest Odisha News

ସିଏମ ଭୂପେଶ ବଘେଲ, କମଳନାଥ, ସଚ୍ଚିନ ପାଇଲଟ ପଛରେ, ତେଲେଙ୍ଗାନାରେ କେସିଆର ଆଗରେ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନରେ ଜାରି ରହିଛି ଭୋଟ ଗଣତି  । ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ଆଗରେ ରହିଛି । ଏପଟେ ଛତିଶଗଡ ଏବଂ ତେଲେଙ୍ଗାନାରେ ଆଗରେ ରହିଛି କଂଗ୍ରେସ ।

ରାଜସ୍ଥାନରେ  ପ୍ରଥମ ରାଉଣ୍ଡ ଗଣତିରେ ତିଜାରାରେ ବିଜେପି ନେତା ବାଳକନାଥ ୫୦ ହଜାର ଭୋଟରେ ଆଗରେ ରହିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ, ସଚିନ ପାଇଲଟ, ରମଣ ସିଂ, ସିଏମ ଭୁପେଶ ବଘେଲ ନିଜ ନିଜ ଆସନରେ ପଛରେ ଅଛନ୍ତି । ଉପମୁଖ୍ୟମନ୍ତ୍ରୀ ଟିଏମ ସିଂହ ଦେବ ଆଗରେ ଅଛନ୍ତି । ଛେଟବାଡାରୁ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ପଛରେ ଅଛନ୍ତି ।

ଅନ୍ୟପକ୍ଷେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ନିଜ ଆସନରେ ଆଗରେ ଅଛନ୍ତି । ଛତିଗଡରେ ବଘେଲଙ୍କର ୭ ଜଣ ମନ୍ତ୍ରୀ ନିଜ ଆସନରେ ପଛରେ ଅଛନ୍ତି ।

Comments are closed.