Latest Odisha News

BREAKING NEWS

୨୪ ଘଣ୍ଟା ମଧ୍ୟରେ ବାତ୍ୟା: ଚେନ୍ନାଇ ଓ ଆନ୍ଧ୍ର ଉପକୂଳରେ ଆରମ୍ଭ ହୋଇଗଲା ବର୍ଷା

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇ ସାରିଛି । ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବ । ବାତ୍ୟା ମାଇଚୋଙ୍ଗର ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ କିମି ରହିବ ବୋଲି କହିଛି ବିଭାଗ ।

BjdElectrycity

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ପାଇଁ ହାଇ ଆଲର୍ଟ ଜାରି କରିଛି ଆଇଏମଡି । ଚେନ୍ନାଇ ଏବଂ ଆନ୍ଧ୍ରର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏବେଠାରୁ ବର୍ଷା ଆରମ୍ଭ ହୋଇଗଲାଣି । ଏହାର ମାତ୍ର ଆହୁରି ବଢିବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ଆଇଏମଡି ସୂଚନା ଅନୁଯାୟୀ ଏହା ପୁଡୁଚୋରୀଠାରୁ ୪୪୦ କିମି ଦୂରରେ ଏବଂ ଚେନ୍ନାଇଠାରୁ ୪୨୦ କିମି ଦୂରରେ ରହିଛି । ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ସୋମବାର ଅପରାହ୍ନରେ ଏହା ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ । ବାତ୍ୟା ଡିସେସମ୍ବର ୫ ଅର୍ଥାତ ମଙ୍ଗଳବାର ଆନ୍ଧ୍ରର ନେଲ୍ଲୋର ଏବଂ ତାମିଲନାଡୁର ମଛଲିପଟନମ ଦେଇ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ସ୍ଥଳଭାଗ ଛୁଇଁବାବେଳେ ୧୦୦ କିମି ବେଗରେ ପବନ ବହିପାରେ ବୋଲି ଚେତାବନୀ ଦେଇଛି ବିଭାଗ ।

ବାତ୍ୟା ମାଇଚୋଙ୍ଗ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଉପକୂଳ ଏବଂ ଏହାର ନିକଟବର୍ତ୍ତୀ  ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଡିସେମ୍ବର ୪ରୁ ୬ ମଧ୍ୟରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସବିଶେଷ ତଥ୍ୟରୁ ଜଣାଯାଇଛି, ଡିସେମ୍ବର ୩ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମର କେତେକ ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହିତ ନବରଙ୍ଗପୁର, କଳାହାଣ୍ହି, କନ୍ଧମାଳରେ ଗୋଟିଏ ବା ଦୁଇଟି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ସେହିପରି ଡିସେମ୍ବର ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମରର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ ସମେତ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ ଓ ଖୋର୍ଦ୍ଧା, ଜଗତସିଂହପୁର, କଟକରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ଡିସେମ୍ବର ୫ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ସେହିପରି ଡିସେମ୍ବର ୬ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, ରାୟଗଡାରେ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

 

Leave A Reply

Your email address will not be published.