Latest Odisha News

BREAKING NEWS

ବଡ଼ ବିଜୟ ଅଭିମୁଖେ ରାହୁଲ, ୧ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ରହିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ୱାୟନାଡରେ ୧ ଲକ୍ଷରୁ ଅଧିକ ଭୋଟ୍ ଏବଂ ରାବେରେଲିରେ ୫୦,୦୦୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି ରାହୁଲ ।

ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାହୁଲ ଗାନ୍ଧୀ ୱାଏନାଡରୁ ୪.୩୭ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ବେଳେ , ଆମେଥିରେ ସେ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ।

ଏଥର ଆମେଥୀରୁ ବିଜେପିର ପ୍ରାର୍ଥି ସ୍ମୃତି ଇରାନୀ ସହିତ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ବର୍ତମାନ ସ୍ମୃତି ଇରାନୀଙ୍କ ଠୁ ଆଗରେ ଅଛନ୍ତି କଂଗ୍ରେସର ପ୍ରାର୍ଥି କିଶୋରୀ ଲାଲ ।

Leave A Reply

Your email address will not be published.