Latest Odisha News

ଓଡିଶା ଲୋକସଭାରେ ବି ଦୌଡରେ ଆଗୁଆ ବିଜେପି

ଭୁବନେଶ୍ବର: ବଡ ବାଜି ମାରିଲାଣି ବିଜେପି । ଦେଶ ତ ଦେଶ ଏବେ ରାଜ୍ୟରେ ବି ପ୍ରାଥମିକ ପ୍ରର୍ଯ୍ୟାୟରେ ଟ୍ରେଣ୍ଡ କରୁଛି । ଦେଶରେ ମୋଦୀ ଲହର ପୂବାନୁମାନ କରାଯାଇଥିବା ବେଳେ ରାଜ୍ୟରେ ଏବେ ଅଧିକ କ୍ଷେତ୍ରରେ ବିଜେପି ଆଗୁଆ ରହିଥିବା ଦେଖାଦେଇଛି । ଓଡିଶା ବିଧାନସଭାରେ ୫୦ ରୁ ଅଧିକ ଆସନରେ ବିଜେପି ଲିଡ୍ କରୁଥିବା ବେଳେ ଲୋକସଭା ଆସନରେ ବି ବିଜେଡିକୁ ପଛରେ ପକାଇଛି ବିଜେପି । ବିଜେପି ଓଡିଶା ଲୋକସଭା ଆସନରେ ଏଯାବତ ୧୮ ଟି ଆସନ ହାତେଇସାରିଲାଣି । ସେପଟେ ବିଜେଡି ମାତ୍ର ୨ଟି ସିଟ୍ ଗ୍ରହଣ କରିଥିବା ବେଳେ କଂଗ୍ରେସ ଗୋଟେ ସିଟରେ ଲିଡ୍ କରୁଛି ।

ବିଜେପି ଲୋକସଭା ଆସନରେ ଆଗୁଆ: ଭୁବନେଶ୍ବର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ , ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର , କେନ୍ଦୁଝର ଲୋକସଭାରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ , ବଲାଙ୍ଗୀର ଲୋକସଭାରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ , କଳାହାଣ୍ଡି ଲୋକସଭାରେ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ , ସମ୍ବଲପୁର ଲୋକସଭାରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ , ବରଗଡ଼ ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ , କେନ୍ଦ୍ରାପଡା ଲୋକସଭାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା , କନ୍ଧମାଳ ଲୋକସଭାରେ ବିଜେପି ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ , ଢେଙ୍କାନାଳ ଲୋକସଭାରେ ବିଜେପି ପ୍ରାର୍ଥୀ ରୁଦ୍ର ପାଣି , ବାଲେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ , ବ୍ରହ୍ମପୁର ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ , ଭଦ୍ରକ ଲୋକସଭାରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ , ଜଗତସିଂହପୁର ଲୋକସଭାରେ ବିଜେପି ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଆଗୁଆ ରହିଛନ୍ତି ।

ସେହିପରି ବିଧାନସଭାରେ,  ଭୁବନେଶ୍ବର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ , ବ୍ରଜରାଜନଗରରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ , ପୁରୀ ବିଧାନସଭାରୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ , ଖୋର୍ଦ୍ଧା ବିଧାନସଭାରେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ବ୍ରହ୍ମଗିରି ବିଧାନସଭାରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର , ରାଉରକେଲା ବିଧାନସଭାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ , ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା , ସତ୍ୟବାଦୀରେ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର, ଚିଲିକାରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ଆଗୁଆ ରହିଛନ୍ତି ।

ସେପଟେ ବିଜେଡି ପ୍ରାର୍ଥୀ; ଯାଜପୁର ଲୋକସଭାରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ,କନ୍ଧମାଳ ଲୋକସଭାରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଆଗୁଆ ରହିଥିବା ବେଳେ କୋରାପୁଟ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ ରହିଛନ୍ତି ।

 

Leave A Reply

Your email address will not be published.