Latest Odisha News

BREAKING NEWS

ମଧ୍ୟପ୍ରଦେଶ, ରାଜସ୍ଥାନରେ ପଛରେ କଂଗ୍ରେସ, ତେଲେଙ୍ଗାନାରେ ଆଗରେ: ଛତିଶଗଡରେ କ୍ଲୋଜ ଫାଇଟ

ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଭୋଟ ଗଣତି । ୪ ରାଜ୍ୟର ଫଳାଫଳା ସାମ୍ନାକୁ ଆସିଛି । ଫଳାଫଳରୁ ଯାହା ଜଣାପଡୁଛି, ରାଜସ୍ଥାନରେ କଂଗ୍ରେସ ପଛରେ ଥିବାବେଳେ ତେଲେଙ୍ଗାନାରେ ଜୋଶରେ ଆଗେଇ ଚାଲିଛି କଂଗ୍ରେସ । ଛତିଶଗଡରେ ବିଜେପି-କଂଗ୍ରେସ କ୍ଲୋଜ ଫାଇଟ ଚାଲିଥିବାବେଳେ ମଧ୍ୟପ୍ରଦେଶରେ ବିଜେପିଠାରୁ ବହୁ ପଛରେ ଅଛି କଂଗ୍ରେସ ।

ରାଜସ୍ଥାନରେ ବିଧାନସଭା ଆସନର ଫଳାଫଳ ସାମ୍ନାକୁ ଆସିଛି  । ଏଥିମଧ୍ୟରୁ ବିଜେପି ୧୦୫ ଆସନରେ ଆଗରେ ଥିବାବେଳେ ୮୦ ଆସନରେ କଂଗ୍ରେସ ଆଗରେ ରହିଛି । ୧୪ ଆସନରେ ଅନ୍ୟମାନେ ଆଗରେ ରହିଛନ୍ତି ।

ସେହିପରି ଛତିଶଗଡରେ ୭୮ଟି ଆସନର ଫଳାଫଳ ସାମ୍ନାକୁ ଆସିସାରିଛି । କଂଗ୍ରେସ ୪୬ ଆସନରେ ଆଗରେ ଥିବାବେଳେ ବିଜେପି ୩୧ ଆସନରେ ଆଗରେ ରହିଛି ।

ତେଲେଙ୍ଗାନାରେ ୧୧୯ ଆସନ ମଧ୍ୟରୁ କଂଗ୍ରେସ ୬୬ରେ, ବିଆରଏସ ୪୦ରେ ଏବଂ ବିଜେପି ୬ ଆସନରେ ଆଗରେ ରହିଛି । ଏଆଇଏମଆଇଏମ ୭ଟି ଆସନରେ ଆଗରେ ଥିବା ନଜରକୁ ଆସିଛି ।

ଅନ୍ୟପକ୍ଷେ ମଧ୍ୟପ୍ରଦେଶରେ ୨୦୯ ଆସନ ମଧ୍ୟରୁ ବିଜେପି ୧୩୦ ଏବଂ କଂଗ୍ରେସ ୯୬ ଆସନରେ ଆଗରେ ଅଛନ୍ତି । ଅନ୍ୟମାନେ ୨ଟି ଆସନରେ ଆଗରେ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.