ଭୁବନେଶ୍ୱର : ପାଟକୁରାରେ ବିଧାନସଭା ଆସନରେ ମେ’ ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ଏନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛନ୍ତି ।
ଜାରି ଅଧିସୂଚନା ଅନୁଯାୟୀ ଆସନ୍ତା ମେ’ ୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୨ ତାରିଖରେ ଯାଞ୍ଚ ପ୍ରକ୍ରିୟା ଶେଷ ହେବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ’ ୪ ।
ଉଲ୍ଲେଖଯୋଗ୍ୟ, ପାଟକୁରାରେ ଏପ୍ରିଲ୍ ୨୯ ତାରିଖ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଥିବାବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କର ମୃତ୍ୟୁ ହେବା ପରେ ଏଠାରେ ନିର୍ବାଚନକୁ (ଇସିଆଇ) ସ୍ଥଗିତ ରଖିଥିଲେ।
ଆହୁରି ମଧ୍ୟ ଏହି ଆସନରେ କଂଗ୍ରେସ, ବିଜେପି ଓ ଅନ୍ୟ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିଥିବାବେଳେ ବିଜେଡି ପକ୍ଷରୁ ଏଯାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ ।
ଏହି ଆସନରୁ ବିଜେଡି ସ୍ୱର୍ଗତଃ ବେଦ ପ୍ରକାଶଙ୍କ ପୁଅକୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇପାରେ ବୋଲି ଦଳୀୟ ସୁତ୍ରରୁ ପ୍ରକାଶ ।
Comments are closed.