Latest Odisha News

ମତଦାନ ସମୟରେ ଭଞ୍ଜନଗର ବୁଥ୍‌ ଭିତରେ ହିଂସା, ବୁଥ୍ ରିଗିଂ କରୁଥିବା ଅଭିଯୋଗ

ଭଞ୍ଜନଗର: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ଭେଟ୍ ହେଉଛି । ଏହି ସମୟରେ ପୁଣି ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍‌ରେ ଏହି ହିଂସା ଘଟିଛି ।

ଖବରମୁତାବକ, ବିଜେଡ଼ି କର୍ମୀମାନେ ବୁଥ୍ ରିଗିଂ କରିବାକୁ ଚେଷ୍ଟା କରୁଥିବାବେଳେ ବିଜେପି କର୍ମୀମାନେ ବିରୋଧ କରିଥିଲେ । ଯାହକୁ ନେଇ କିଛି ବିଜେଡି କର୍ମୀ ବୁଥ୍ ରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା ।

ଏନେଇ ପୋଲିସ କୁ ଖବର ଦେବାରୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଛି ପୋଲିସ ।

Comments are closed.