Latest Odisha News

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।

ଆଜି ସକାଳେ ଉଲୁଣ୍ଡାର ରବି ନାରାୟଣ ମେହେର ନିଜ ଇଲେକ୍ଟ୍ରିକ୍ ସ୍କୁଟର ଧରି ଦୋକାନ ଯାଇଥିଲେ । ଗାଡ଼ିକୁ ଦୋକାନ ଆଗରେ ରଖିଥିବା ବେଳେ ହଠାତ ବ୍ୟାଟେରୀ ଫାଟି ଯାଇ ନିଆଁ ଲାଗି ଯାଇଥିଲା ।

ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ କେଉଁ କାରଣରୁ ବ୍ୟାଟେରିଟି ଫାଟିଲା ଜଣା ପଡ଼ିନାହିଁ ।

Comments are closed.