Latest Odisha News

BREAKING NEWS

ପୋଖରୀରେ ଛିଣ୍ଡି ପଡିଲା ବିଦ୍ୟୁତ୍ ତାର, ୧୦ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗରରେ ଏକ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି । କବିସୂର୍ଯ୍ୟ ନଗର ନିକଟସ୍ଥ ଗୁଡିଆଳି ଗାଁର ଏକ ପୋଖରୀରେ ବିଦ୍ୟୁତ ତାର ଛିଡି ପଡିବାରୁ ପାଖାପାଖି ୧୦ଜଣ ମହିଳା ଗୁରୁତର ଆଘାତ ପାଇଛନ୍ତି ।

ସୂଚନା ଅନୁଯାୟୀ ଆଜି ଗାଁର କିଛି ମହିଳା ପୋଖରୀରେ ଗାଧୋଉଥିବାବେଳେ ହଠାତ୍ ପୋଖରୀ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ଅଚାନକ ଛିଣ୍ଡି ପୋଖରୀ ଭିତରେ ପଡିଯାଇଥିଲା । ପୋଖରୀରେ ପଡିଯାଇଥିବା ଏହି ତାରରେ ବିଦ୍ୟୁତ ସରାବରାହ ଥିବାରୁ ଏହାର ସଂସ୍ପର୍ଶରେ ଆସି ପୋଖରୀ ଭିତରେ ଗାଧୋଉଥିବା ମହିଳା ମାନଙ୍କୁ  ବିଦ୍ୟୁତ ଆଘାତ ଲାଗିଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ ବିଭାଗକୁ ଫୋନ କରି ଏସମ୍ପର୍କରେ ଅବଗତ କରାଇବାରୁ ସେମାନେ ବିଦ୍ୟୁତ ସଂଯୋଗ କାଟିଦେଇଥିଲେ । ଏହା ପରେ ଆହାତ ମହିଳା ମାନଙ୍କୁ ଉଦ୍ଧାର କରି କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଗୁରୁତର ମାନଙ୍କୁ ଆସିକା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.