Latest Odisha News

BREAKING NEWS

ପାରାଦୀପ: ଷ୍ଟିଭେଡୋର କମ୍ପାନୀ ବିରୋଧରେ ଆନ୍ଦୋଳନ, ବନ୍ଦର କାର୍ଯ୍ୟରେ ଅଚଳାବସ୍ଥା

ପାରାଦୀପ ବନ୍ଦରରେ ପୁଣି ଅଚଳାବସ୍ଥା । ଲୋଡର ଅପରେଟର ଓ ହେଲପରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁ ଦେଖା ଦେଇଛି ଅଚଳାବସ୍ଥା।

ଗତ କିଛିଦିନ ତଳେ ଷ୍ଟିଭେଡୋର କମ୍ପାନୀ ଓ ଅପରେଟରଙ୍କ ମଧ୍ୟ ରେ ହୋଇଥିବା ଚୁକ୍ତି, ପୁରୁଣା ଲୋଡର ହେଲପରଙ୍କୁ ଅପରେଟର ନିଯୁକ୍ତିରେ ଅଗ୍ରାଧିକାର ଓ ଦରମା ବୃଦ୍ଧି କୁ ଓଏସଏଲ ଷ୍ଟିଭେଡୋର କମ୍ପାନୀ ଖିଲାପ କରି ନୂଆ ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଯାହାକୁ ବିରୋଧ କରି ମଙ୍ଗଳବାର ଓଏସଏଲ କର୍ମଚାରୀ ଆନ୍ଦୋଳନ କରିଥିଲେ ।

ମାତ୍ର କମ୍ପାନୀ ଏହାର ସମାଧାନ କରିବା ପରିବର୍ତ୍ତେ ୫ ଜଣ ଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଯାହାକୁ ନେଇ ପାରାଦୀପ ବନ୍ଦରରେ କାର୍ଯ୍ୟରତ ସମସ୍ତ ଲୋଡର ଅପରେଟର ଓ ହେଲପରଙ୍କ ପକ୍ଷରୁ ମଙ୍ଗଳବାର ସଂଧ୍ୟା ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଉଛି ।

 

ଫଳରେ ପାରାଦୀପ ବନ୍ଦରରେ ଅଚଳାବସ୍ଥା ଦେଖାଦେବା ସହିତ ଦିର୍ଘ ଉଣେଇଶ ଘଣ୍ଟା ରୁ ଊର୍ଦ୍ଧ୍ବ ସମୟ ହେଲା ବନ୍ଦରରେ ପଣ୍ୟ ପରିବହନ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

ଏକ ଆନ୍ତର୍ଜାତିକ ବନ୍ଦରରେ ଏତେ ଘଣ୍ଟା ଧରି ପଣ୍ୟ ପରିବହନ ରେ ଅଚଳାବସ୍ଥା ବନ୍ଦରର ଖ୍ୟାତି ପ୍ରତି ଆଞ୍ଚ ଆଣିଥିବା ବେଳେ କୋଟି କୋଟି ଟଙ୍କାର କ୍ଷତି ସହୁଛି ।

ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ଷ୍ଟିଭେଡୋର କମ୍ପାନୀ କିମ୍ବା ବନ୍ଦର ପକ୍ଷରୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

ତେବେ ଯେ ପର୍ୟ୍ୟନ୍ତ ବର୍ଦ୍ଧିତ ଦରମା ଓ ପୁରୁଣା ଲୋଡର ହେଲପରଙ୍କୁ ଅପରେଟର ଭାବେ ନିଯୁକ୍ତି ନ ମିଳିଛି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.