Latest Odisha News

BREAKING NEWS

ବିଦ୍ୟୁତ ସମସ୍ୟାକୁ ବିରୋଧ

କଳାହାଣ୍ଡି:ବିଦ୍ୟୁତ ଯୋଗାଇ ଦେବା ପାଇଁ ଦାବି । ସାମାନ୍ୟ ଝଡ ପବନ ହେଲେ ବିଦ୍ୟୁତ ସେବା ବିଛିନ୍ନ ହେଇ ଯାଉଛି । ଏନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ପାଇଁ ବିଦ୍ୟୁତ କାଟ ଯେମିତି ନିତି ଦିନିଆ ଘଟଣାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା ଜୟପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତ ଓ କାର୍ଯ୍ୟାଳୟରେ ବିଜୁଳି ସଙ୍କଟ ଦେଖା ଦେଇଛି। କିନ୍ତୁ ବିଭାଗ ପକ୍ଷରୁ ଏହାର ନିରାକରଣ ବ୍ୟବସ୍ଥା କରାଯାଉ ନଥିବା ବିଦ୍ୟୁତ ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି।

BjdElectrycity

ଉପଭୋକ୍ତା ମାନେ କହିବା ଅନୁସାରେ ଜୟପାଟଣାର ବାନେର ଗ୍ରାମ ଠାରେ ୭୯ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା  ଗ୍ରୀଡକୁ ଗତ ବର୍ଷ ୨ ଅକ୍ଟୋବରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ଇନ୍ଦ୍ରାବତୀରୁ  ଉତ୍ପନ୍ନ ହେଉଥିବା ବିଜୁଳି କଳାହାଣ୍ଡି ବାସିନ୍ଦା ପାଇ ପାରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ବାସ୍ତବ ଚିତ୍ର ଏଠି ପୁରା ଅଲଗା । ୩୩ କେଭି ଲାଇନର ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବାରୁ ବିଦ୍ୟୁତ ସେବା ବାଧା ପ୍ରାପ୍ତ ହେଉଛି । ତେଣୁ ଏହି ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦୂର କରିବାକୁ ଲୋକେ ଦାବି କରିଛନ୍ତି ।

 

 

Leave A Reply

Your email address will not be published.