Latest Odisha News

BREAKING NEWS

ଷ୍ଟେରଏଡର ଅପବ୍ୟବହାର ମ୍ୟୁକରମାଇକୋସିସ୍ ସଂକ୍ରମଣର କାରଣ: ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବଢ଼ିଛି । ଏହି ସମୟରେ ଫଙ୍ଗାଲ୍ ଓ ବ୍ୟାକ୍ଚେରିଆଲ୍ ସଂକ୍ରମଣ ଯୋଗୁଁ ଅଧିକ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ମହାମାରୀ କରୋନା ସମୟରେ ଆତଙ୍କ ସୃଷ୍ଟି କରିଥିବା ମ୍ୟୁକରମାଇକୋସିସ୍ ଭୂତାଣୁ ମାଟି, ପବନ ଏପରିକି ଖାଦ୍ୟରେ ରହିଛି । କିନ୍ତୁ ସେମାନଙ୍କ ସଂଖ୍ୟା ନଗଣ୍ୟ, ସାଧାରଣତଃ ସଂକ୍ରମଣ କରନ୍ତି ନାହିଁ । ଏଭଳି ସଂକ୍ରମଣ କୋଭିଡ୍ ପୂର୍ବରୁ ବହୁତ କମ୍ ଦେଖା ଯାଉଥିଲା । କରୋନା ପାଇଁ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା କହିଛନ୍ତି ଗୁଲେରିଆ ।

ଏବେ ଏମ୍ସରେ ୨୩ ଜଣ ଫଙ୍ଗାଲ୍ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଅଧିକାଂଶ ରାଜ୍ୟରେ ୫ ଶହରୁ ଅଧିକ ମ୍ୟୁକରମାଇକୋସିସ୍ ମାମଲା ଆସିଥିବା ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।

ମୁହଁ, ନାକ, ଆଖି, ବ୍ରେନକୁ ପ୍ରଭାବିତ କରିପାରେ । ଏପରିକି ଦୃଷ୍ଟି ଶକ୍ତି ପଳାଇଯିବାର ଆଶଙ୍କା ରହିଛି । ଏପରିକି ଏହା ଫୁସଫୁସକୁ ସଂକ୍ରମିତ କରିପାରେ । ତେବେ ମ୍ୟୁକରମାଇକୋସିସ୍ ହେବା ପଛର କାରଣ ଷ୍ଟେରଏଡର ଅପବ୍ୟବହାର ବୋଲି କହିଛନ୍ତି ଗୁଲେରିଆ । ମଧୁମେହ ଆକ୍ରାନ୍ତଙ୍କ ପାଖରେ ଫଙ୍ଗାଲ୍ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହାକୁ ଏଡ଼ାଇବା ଲାଗି କୋଭିଡ୍ ସଂକ୍ରମିତଙ୍କୁ ଅନାବଶ୍ୟକ ଭାବେ ଷ୍ଟେରଏଡ୍ ଦେବା ବନ୍ଦ ପାଇଁ କହିଛନ୍ତି ଗୁଲେରିଆ ।

Leave A Reply

Your email address will not be published.