Latest Odisha News

ଆସିଲା ୧୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍‌, ଦମ୍ପତିଙ୍କ ଉଡ଼ିଗଲା ହୋସ

ଲଣ୍ଡନ: ଲଣ୍ଡନ: ବିଦ୍ୟୁତ୍ ବିଲ ୧୧ ଲକ୍ଷ ଟଙ୍କା । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌?କା ଲାଗିପାରେ । କାରଣ ମଧ୍ୟବିତ୍ ପରିବାରରେ ୩/୪ ହଜାର ବିଲ୍ ଆସିଗଲେ ଲୋକେ ବିଚଳିତ ହୋଇପଡ଼ନ୍ତି । ଆଉ ୧୧ ଲକ୍ଷ ବିଲ୍ ଆସିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଏବେ ଲଣ୍ଡନରେ ଜଣେ ବ୍ୟକ୍ତିଙ୍କ ଘରକୁ ଆସିଛି ଏହି ୧୧ ଲକ୍ଷ ଟଙ୍କାର ବିଲ । ଯାହାକୁ ଦେଖି ସେମାନଙ୍କ ହୋସ୍ ଉଡ଼ିଯାଇଛି ।

ନିକଟରେ ବ୍ରିଟେନ୍‌ର ଏକ ଦମ୍ପତିଙ୍କ ସହ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସେମାନେ ହେଲେ ୪୪ ବର୍ଷୀୟା ଲି ହେନେସ୍ ଏବଂ ତାଙ୍କ ସ୍ୱାମୀ ୪୫ ବର୍ଷୀୟ ଜୋ ଉଡ୍‌ଲେ । ଏହି ଦମ୍ପତି ଗତ ୧୮ ବର୍ଷ ଧରି ବିଜୁଳି ବିଲ୍ ଦେଇ ନାହାନ୍ତି । ଏତେ ବର୍ଷ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସେବା ଉପଭୋଗ କରୁଥିଲେ । ହେଲେ ଏବେ ସେମାନଙ୍କୁ ଏକ ଝଟ୍‌କା ଲାଗିଛି । ସେମାନଙ୍କୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ନିକଟରେ ଏକ ବିଲ୍ ଆସିଛି । ସେଥିରେ ବିଦ୍ୟୁତ୍ ବିଲ ୧୧ ଲକ୍ଷ ଟଙ୍କା ଲେଖା ରହିଛି ।

ଦମ୍ପତିଙ୍କ କହିବା କଥା, ସେମାନଙ୍କୁ ୧୮ ବର୍ଷରୁ ବିଦ୍ୟୁତ୍ ବିଲ ମିଳି ନ ଥିଲା । ସେମାନେ ତାଙ୍କ ବିଦ୍ୟୁତ୍ ଅପରେଟରଙ୍କୁ ବହୁତ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ନ ପାଇବାରୁ ସେହି ଚେଷ୍ଟା ଛାଡ଼ିଦେଲେ । ଏବେ ୧୮ ବର୍ଷ ପରେ ବିଦ୍ୟୁତ୍ ବିଲ୍ ଆସିଛି । ୨୦୦୫ରେ ଦମ୍ପତି ତାଙ୍କ ନୂଆ ଘରେ ରହିବାକୁ ଆସିଥିଲେ । ସେବେଠାରୁ ତାଙ୍କୁ ବିଦ୍ୟୁତ୍ ବିଲ୍ ଆସି ନ ଥିଲା । ତେବେ ଚଳିତବର୍ଷ ତାଙ୍କୁ ଏକ ଚିଠି ମିଳିଥିଲା । ସେଥିରେ ପୋଷ୍ଟମ୍ୟାନ ତାଙ୍କ ପାଖକୁ ବିଲ୍‌ର ଚିଠି ପଠାଇ ପାରୁ ନ ଥିବା ଲେଖିଥିଲା । ଯେତେବେଳେ ବି ଦମ୍ପତିଙ୍କ ଘରର ଚିଠି ବାକ୍ସରେ ଯିଏ ବି କିଛି ଚିଠି ପକାଉଥିଲା, ତାଙ୍କ ବିଲେଇ ତାକୁ ଫିଙ୍ଗି ଦେଉଥିଲା । ବିଦ୍ୟୁତ୍ ବିଭାଗର କହିବା କଥା, ସେମାନେ ଦମ୍ପତିଙ୍କୁ ଚିଠି ଦେବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ବିଲେଇ ସେପରି କରିବାକୁ ଦେଉ ନ ଥିଲା ।

Comments are closed.