Latest Odisha News

BREAKING NEWS

ବିଦ୍ୟୁତ ସଂଯୋଗ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଲାଞ୍ଚ ନେଉଥିବାବେଳେ ଜୁନିଅର ଇଞ୍ଜିନିୟର (ଜେଇ)ଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ବିଦ୍ୟୁତ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ, ସଦର ମହକୁମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପରବେଶ ନାୟକଙ୍କୁ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି ।

କୋରାପୁଟ ଭିଜିଲାନ୍ସ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ପରବେଶ ନାୟକଙ୍କ ବିରୋଧରେ ପିଏସ ମାମଲା ନଂ ୦୧/୨୦୨୬, ୭ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ରୁଜୁ କରିଛି । ଜୁନିଅର ଇଞ୍ଜିନିୟରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ରହିଛି ।

Leave A Reply

Your email address will not be published.