ଭୁବନେଶ୍ୱର: ଏଣିକି ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ମିଳିବ ଅଧିକ ଆର୍ଥିକ ସହାୟତା । ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କେବଳ ମୃତ୍ୟୁ ନୁହେଁ ବରଂ ବିଦ୍ୟୁତ୍ ତାର ଲାଗି ଆହତ ହେଲେ ମଧ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିବ ।
ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଟଙ୍କା ମିଳିବ । ଶରୀର ୬୦ ପ୍ରତିଶତ ଜଳି ନଷ୍ଟ ହୋଇଥିଲେ ୨ ଲକ୍ଷ ଟଙ୍କା ମିଳିବ । ବିଦ୍ୟୁତ୍ ଆଘାତରେ ୪୦ରୁ ୬୦ ପ୍ରତିଶତ କ୍ଷତି ହୋଇଥିଲେ ୫୯ ହଜାର ୫ଶହ ଟଙ୍କା ମିଳିବ । ସେହିପରି ସପ୍ତାହରୁ ଅଧିକ ଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ ୧୨ ହଜାର ଟଙ୍କା ମିଳିବ । ସପ୍ତାହକରୁ କମ୍ ସମୟ ଚିକିତ୍ସା ହେଲେ ୪ ହଜାର ୫ଶହ ଟଙ୍କା ମିଳିବ । ତେବେ କେବଳ ମଣିଷ ନୁହେଁ ବିଦ୍ୟୁତ୍ ଆଘାତରେ ଯଦି ଗାଈ, ମଇଁଷି ମରନ୍ତି ତେବେ ୩୦ ହଜାର ଟଙ୍କା ମିଳିବ । ଛେଳି, ମେଣ୍ଢା, ଘୁଷୁରୀ ପ୍ରାଣ ହରାଇଲେ ୩ ହଜାର ଟଙ୍କା, କୁକୁଡା ଫାର୍ମ ନଷ୍ଟ ହୋଇଥିଲେ ୫ ହଜାର ଟଙ୍କା କ୍ଷତି ପୂରଣ ବାବଦକୁ ମିଳିବ । ଏନେଇ ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିଶ କରିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.