Latest Odisha News

BREAKING NEWS

ହେଭି ଗାଉନ୍ ପିନ୍ଧି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ନିକଟରେ ଫିଲ୍ମ ଫେୟାର ଆୱାର୍ଡର ଆୟୋଜନ ହୋଇଛି । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ବି-ଟାଉନର ବହୁ ନାମୀଦାମୀ କଳାକାରଙ୍କୁ ଭିନ୍ନ ଭିନ୍ନ ଷ୍ଟାଇଲସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ଉର୍ବଶୀ ରୌତେଲା ମଧ୍ୟ ବୋଲ୍ଡ ଲୁକ୍‌ରେ ନଜର ଆସିଥିଲେ । ସେ ଏକ ଲାଲ ରଙ୍ଗର ହେଭି ଗାଉନ ପିନ୍ଧିଥିଲେ । ତାଙ୍କର ଏହି ଗାଉନ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଉନ ପାଇଁ ଉର୍ବଶୀ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ।

କାରଣ ଏହି ହେଭି ଗାଉନ୍ ଲାଗି ବସିବା ପାଇଁ ଉର୍ବଶୀଙ୍କୁ ଚାରି ଜଣଙ୍କ ସିଟ୍‌ର ଆବଶ୍ୟକ ପଡିଥିଲା । ଏହାର ଏକ ଭିଡିଓ ଉର୍ବଶୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଏକ ସୋଫା ଉପରେ ବସିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ତାଙ୍କ ଗାଉନକୁ ସମ୍ଭାଳିବା ପାଇଁ ୨ରୁ ୩ ଜଣ ଫ୍ୟାଶନ ଡିଜାଇନର ଲାଗି ପଡିଛନ୍ତି । ଉର୍ବଶୀ ଏହି ଭିଡିଓକୁ ସେୟାର୍ କରି ଲେଖିଛନ୍ତି ଯେ, ମୋର ଟିମ୍ ବିନା ଏହି ଗାଉନ ସମ୍ଭାଳିବା କଷ୍ଟକର । ରେଡ୍ କାର୍ପେଟରେ ଆଜି ପର୍ଯ୍ୟନ୍ତ ଏହା ସବୁଠାରୁ ଓଜନିଆ ଗାଉନ୍ ।

Leave A Reply

Your email address will not be published.