Latest Odisha News

କେନ୍ଦୁଝରରେ ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡା ଅଞ୍ଚଳରେ କେହି ଦୁବୃର୍ତ୍ତ ଜଣେ ବୃଦ୍ଧା ଦମ୍ପତ୍ତିଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି ।

ମୃତକଙ୍କ ନାମ ରାମାଇ ମୁଣ୍ଡା (୬୯) ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା (୬୪) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ଗ୍ରାମବାସୀମାନେ ସେମାନଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନଭିନ୍ ଆରମ୍ଭ କରିଛି ।

ତେବେ ଏଯାବତ୍ ହତ୍ୟାକଣ୍ଡର ସଠିକ୍ କାରଣ ଜଣାପଡିନଥିବା ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.