Latest Odisha News

କମ୍ପାନୀ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅନ୍ତର୍ଗତ ଏକ ଧୂପକାଠି କମ୍ପାନୀର ମାଲିକ ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ସମ୍ପୃକ୍ତ ଯୁବକଙ୍କ ନାମ ମହେଶ୍ୱର ପୃଷ୍ଟି ବୋଲି ଜଣାପଡିଛି ।

ପିଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ରଘୁନାଥ ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ଉକ୍ତ କମ୍ପାନୀର ମାଲିକ ମହିଳା କର୍ମଚାରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା, ଅଶ୍ଳୀଳ ଫଟୋ, ଭିଡିଓ ଉଠାଇ ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲି ସେଥିରେ ଅପଲୋଡ୍ କରିବା ଲାଗି ବାରମ୍ବାର ବ୍ଲାକମେଲିଂ କରୁଥିବା ନେଇ ପିଡିତା ଜଣକ ଅଭିଯୋଗ କରିଛନ୍ତି ।

ତେବେ ପୋଲିସ ଫେରାର କମ୍ପାନୀ ମାଲିକଙ୍କୁ ଧରିବା ପାଇଁ ଖୋଳତାଡ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.