Latest Odisha News

BREAKING NEWS

ଦାଣ୍ଡକୁ ବାହାରିଲେ ମୃତ୍ୟୁର ଭୟ: ପ୍ରଶାସନ କହୁଛି ଗୃହବନ୍ଦୀ ରୁହ

ଢେଙ୍କାନାଳ:ଏଠି ପ୍ରତି ମୁହୂର୍ତ୍ତରେ ଘାରୁଛି ମୃତ୍ୟୁର ଭୟ । ଘର ବାହାରେ ଯେମିିତି ଜଗି ବସିଛି ଯମ । କେତେବଳେ କିଏ ତା ହାବୁଡରେ ପଡିଯିବ ଏବଂ ଜୀବନ ଦୀପ ଲିଭିଯିବ କିଏ ଜାଣେ ? କେବଳ ଭଗବାନ ହିଁ ଭରସା । ଗୋଟିଏ ମାସରେ ଏଠି ୧୦ ଜଣଙ୍କ ଅତର୍କିତ ମୃତ୍ୟୁ ୩ ବ୍ଲକବାସୀଙ୍କୁ କରି ଦେଇଛି ଆତଙ୍କିତ । ଲୋକେ ଏଠି ଘରୁ ବାହାରିବାକୁ ଡରୁଛନ୍ତି । ଛାତ୍ରଛାତ୍ରୀ ସ୍କୁଲ ନ ଯାଇ ଚାରିକାନ୍ଥ ଭିତରେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା  ଓଡାପୋଡ଼ା, ହିନ୍ଦୋଳ ଓ ଗଁଦିଆ ବ୍ଲକବାସୀଙ୍କ କଥା ।

ଏହି ତିନୋଟି ବ୍ଲକରେ ଜଙ୍ଗଲି ହାତୀ ପଲଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି  । ଅନେକ ବୃଦ୍ଧ ଓ ଚାଷୀ ଜଙ୍ଗଲି ହାତୀମାନଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ ଶୋଚନୀୟ ଭାବେ ମୃତ୍ୟୁ ହେଇଚି  । ଦିନକୁ ଦିନ ମୃତ୍ୟୁର ହାର ବଢ଼ି ଚାଲିଛି । ହାତୀ ଦଳିଦେବା..ହାତୀ କଚାଡି ଦେବା ଏଠାରେ ଯେମିତି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି ।

ଗତ ଏକମାସ ଭିତରେ ଜଙ୍ଗଲି ହାତୀ ୧୦ ଜଣଙ୍କ ପ୍ରାଣ ନେଲାଣି । କାଜୁ ମଞ୍ଜି ସଂଗ୍ରହ କରିବାକୁ ଯାଇ ଷଡ଼ଙ୍ଗୀ ରେଞ୍ଜର ଜଣେ ବ୍ୟକ୍ତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିବାର ଅଳ୍ପଦିନ ପରେ ହାତୀ ଆକ୍ରମଣରେ ଜଣେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରୁ ଲିଭିପାରୁନାହିଁ  ।

ହି ତିନୋଟି ନରହନ୍ତା ହାତୀଙ୍କ ଉପଦ୍ରଵରୁ ସୁରକ୍ଷା  ଯୋଗାଇ ଦେବାପାଇଁ   ଆଖପାଖ ତିନୋଟି ପଞ୍ଚାୟତର ବାସିନ୍ଦା ବିଗତ ଦୁଇ ମାସ ହେବ ଗୁହାରୀ କରୁଛନ୍ତି । ଏ ନେଇ ଷଡ଼ଙ୍ଗୀ ଓ ଗଁଦିଆ ରେଞ୍ଜରଙ୍କୁ ବାରମ୍ବାର ଅବଗତ କରିଲେଣି  ।  କିନ୍ତୁ ବନକର୍ମଚାରୀ ସୁରକ୍ଷା ଦେବା ପରିବର୍ତ୍ତେ ଗୃହ ବନ୍ଦୀ ଜୀବନ ବିତାଇବାକୁ ପରାମର୍ଶ ଦେଇଥିଲେ  ।

ଗ୍ରାମବାସୀଙ୍କ ଅଭିଯୋଗ ଯେ,  ଏହି ତିନୋଟି ନରହନ୍ତା ହାତୀ ଆଜିକୁ ଦୁଇ ମାସ ଉପରେ ସେହି ଅଞ୍ଚଳକୁ ଛାଡି ଅନ୍ୟ କେଉଁ ଆଡେ ଯାଉନାହାନ୍ତି । ପ୍ରତ୍ୟେକ ସମୟରେ ଲୁଚିରହି ଗ୍ରାମବାସୀଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି l ଫଳରେ 40 ରୁ ଅଧିକ ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ର ଛାତ୍ରୀ ପାଠ ପଢ଼ରୁ ସମ୍ପୂର୍ଣ ବଞ୍ଚିତ ରହିଛନ୍ତି  ।

ତେଣୁ ଏହାର ସ୍ଥାୟୀ ସମାଧାନ ସହ ଗ୍ରାମବାସୀଙ୍କୁ  ସୁରକ୍ଷା ପ୍ରଦାନ କରିବାକୁ ଗ୍ରାମବାସୀ ଜିଲ୍ଲାପାଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ   ଲିଖିତ ଭାବେ ଜଣାଇଛନ୍ତି ।

Comments are closed.