Latest Odisha News

BREAKING NEWS

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

ଢେଙ୍କାନାଳ:ଥମୁନି ଦନ୍ତା ଆତଙ୍କ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର କଙ୍କିଳି ଗାଁ ପାଖ ଆମ୍ବତୋଟାରେ ଦନ୍ତା ଆତଙ୍କ । ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ଜଣଙ୍କ କଙ୍କିଳି ଜରିତଇଳା ଗାଁର ରେଣୁ ସେଠୀ । ରେଣୁ ବୁଧବାର ଭୋର ସମୟରୁ ଆମ୍ବ ଗୋଟାଇବା ପାଇଁ ଗାଁ ପାଖ ଆମ୍ବ ତୋଟାକୁ ଯାଇଥିଲେ ।

ଆମ୍ବ ଗୋଟାଉଥିବା ବେଳେ ସେ ଦନ୍ତା ସହ ମୁହାଁ ମୁହିଁ ହୋଇଯାଇଥିଲେ । ଦନ୍ତା ହାତୀଟି ଶୁଣ୍ଢରେ ଧରି କଚାଡି ଦେବା ଯୋଗୁଁ ତାଙ୍କ ବାମ ଗୋଡ଼ଟି ଭାଙ୍ଗି ଯିବା ସହ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

Leave A Reply

Your email address will not be published.