Latest Odisha News

BREAKING NEWS

ଦେଶରେ କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪ ହଜାର ୫୨୯ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷରୁ ଖସି ଏବେ ୩ ଲକ୍ଷ ତଳେ ରହିଛି । ସଂକ୍ରମଣ ଯେଉଁ ହାରରେ ହ୍ରାସ୍ ପାଇଛି ସେହି ହାରରେ ମୃତ୍ୟୁଦର ଖସୁନି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦୈନିକ ମୃତ୍ୟୁରେ ଏହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି । ୧୭ ତାରିଖରେ ୪ ହଜାର ୨୩୯ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିଲେ ।

ଦୈନିକ ସଂକ୍ରମଣ ଅପେକ୍ଷା ଦିନକରେ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶେର ୨ ଲକ୍ଷ ୬୭ ହଜାର ୩୩୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୯ ହଜାର ୮୫୧ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ୪ ହଜାର ୫୨୯ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ କରୋନାର ସ୍ଥିତି

ମୋଟ ସଂକ୍ରମିତଙ୍କ ସଂଖ୍ୟା- ୨ କୋଟି ୫୪ ଲକ୍ଷ ୯୬ ହଜାର ୩୩୦

ମୋଟ ସୁସ୍ଥ- ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩

ସକ୍ରିୟ ମାମଲା- ୩୨ ଲକ୍ଷ ୨୬ ହଜାର ୭୧୯

ମୋଟ ମୃତ୍ୟୁ- ୨ ଲକ୍ଷ ୮୩ ହଜାର ୨୪୮

ମୋଟ ଟିକାକରଣ- ୧୮ କୋଟି ୫୮ ଲକ୍ଷ ୯ ହଜାର ୩୦୨

Leave A Reply

Your email address will not be published.