Latest Odisha News

BREAKING NEWS

ସୁନ୍ଦରଗଡ: ଗାତରେ ପଡି ହାତୀ ଛୁଆର ମୃତ୍ୟୁ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ ବିଶ୍ରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହିପାଣି ନିକଟରେ ଥିବା ଏକ ଗାତରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଦୁର୍ଭାଗ୍ୟବଶତଃ ଏହି ହାତୀ ଛୁଆଟି ରେଳବିଭାଗ ଦ୍ୱାରା ଖୋଳା ଯାଇଥିବା ଏକ ଗାତରେ ପଡ଼ିଯାଇଥିଲା । ଫଳରେ ତା’ର ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ଏହି ଗାତରେ ହାତୀ ଛଆଟିର ମୃତ ଶରୀର ପଡିଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.