Latest Odisha News

ଆଜି ମୁମ୍ବାଇରେ ‘ସ୍ପୋର୍ଟଷ୍ଟାର ଆୱାର୍ଡ’ ଉତ୍ସବରେ ଯୋଗଦେବେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ‘ସ୍ପୋର୍ଟଷ୍ଟାର ଆୱାର୍ଡ’ ପ୍ରଦାନ ସମାରୋହରେ ଯୋଗଦେବା ପାଇଁ ମୁମ୍ବାଇ ଗସ୍ତ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୮ଟା ୨୫ ମିନିଟରେ ଭିଟି ଏଓକେ ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଗସ୍ତ କରିଥିଲେ । ପ୍ରାୟ ଦିନ ୧୦ଟା ୪୫ମି. ସମୟରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀ ହୋଟେଲ ତାଜମହଲରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ସନ୍ଧ୍ୟା ସାଢେ ୬ଟା ସମୟରେ ‘ସ୍ପୋର୍ଟଷ୍ଟାର ଆୱାର୍ଡ’ ପ୍ରଦାନ ସମାରୋହରେ ଯୋଗଦେବା ସହ ଉପସ୍ଥିତ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ମଧ୍ୟ ଏହି ସମାରୋହ ପରିସମାପ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତି ୯ଟା ୩୦ମି. ସମୟରେ ମୁମ୍ବାଇରୁ ପ୍ରତ୍ୟାବର୍ତ୍ତନ କରି ପ୍ରାଖାପାଖି ରାତି ୧୧ଟା ୪୫ମି. ସମୟରେ ଭୁବନେଶ୍ୱରରେ ପହଞ୍ଚିବେ ।

Leave A Reply

Your email address will not be published.