Latest Odisha News

BREAKING NEWS

ଖୋର୍ଦ୍ଧାରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାମେଶ୍ୱର ନିକଟସ୍ଥ ଜଙ୍ଗଲ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ତଳେ ୨୦ରୁ ଉଦ୍ଧ୍ୱର୍ ହାତୀପଲ ଏହି ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲେ । ଆଜି ସକାଳେ ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ ।

ଏହି ହାତୀ ମୃତ୍ୟୁ ସମ୍ପର୍କରେ ସଠିକ୍ କାରଣ ଜଣାପଡିନଥିଲା ବେଳେ ଏନେଇ ବନ ବିଭାଗ ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇଥିବା ସୁତ୍ରରୁ ପ୍ରକାଶ ।

ତେବେ ହାତୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡିବ ବୋଲି ବନବିଭାଗ କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.