Latest Odisha News

BREAKING NEWS

ଥମୁନି ମୃତ୍ୟୁ ସଂଖ୍ୟା, ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର: ରାଜ୍ୟରେ ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ସଂଖ୍ୟା । ଦିନ କି ଦିନ ଯେଉଁଭଳି ଭାବରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ଯଦି ଏହା ଉପରେ ସଠିକ ରୋକ ଲଗାନଯାଏ ତେବେ ବହୁତ ଶୀଘ୍ର ରାଜ୍ୟରେ ହାତୀ ଲୋପ ପାଇଯିବେ । ତେବେ ଏହାରୀ ଭିତରେ ଆଜି ପୁଣି ଏକ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରୁ ଆଜି ପୁଣି ଏକ ହାତୀରେ ମୃତଦେହ ଉଦ୍ଧାର କରିଛି ବନବିଭାଗ । ହାତୀଟିର ବୟସ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ହାତୀମାନଙ୍କ ସହ ସଂଘର୍ଷ କାରଣରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଆଜି ସକାଳୁ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଆକୁଳ ଗାଁ ନିଳାପଶି ମୁଣ୍ଡାସାହି ନିକଟ ଧାନଜମିରେ ଏକ ହାତୀର ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଏନେଇ ସଙ୍ଗେ ସଙ୍ଗେ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବନବିଭାଗର ପ୍ରାଥମିକ ସୂଚନା ଅନୁସାରେ ହାତୀଟିର ବୟସ ୧୦ ବର୍ଷ ଅଟେ । ତେବେ ପାରିପାର୍ଶ୍ଵିକ ଅବସ୍ଥାରୁ ହାତୀପଲଙ୍କ ଭିତରେ ସଂଘର୍ଷ ହୋଇ ହାତୀଟିର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାର ସବିଶେଷ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ବନବିଭାଗ ।

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ କେନ୍ଦୁଝର ଜିଲ୍ଲା ଗୋଳାବନ୍ଧ ସେକ୍ସନରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ବିଦ୍ୟୁତ ଆଘାତରୁ ହାତୀଟିର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା ।

 

Leave A Reply

Your email address will not be published.