Latest Odisha News

BREAKING NEWS

‘ମିସ୍ ୟୁନିଭର୍ସ ୨୦୨୩’ ର ମୁକୁଟ ପିନ୍ଧିଲେ ନିକାରାଗୁଆର ସେଏନିସ୍ ପାଲାସିଓସ୍

ନୂଆଦିଲ୍ଲୀ: ୭୨ତମ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ନିକାରାଗୁଆର ସେଏନିସ୍ ପାଲାସିଓସ୍ । କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓସ୍ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି । ବିଶ୍ବର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୩ ମିସ୍‌ ୟୁନିର୍ଭସର ମୁକୁଟ ପିନ୍ଧିଛନ୍ତି ସେଏନିସ୍‌ ପାଲାସିଓସ୍ ।

‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି । ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌ । ଚଳିତ ବର୍ଷ ପ୍ରଥମ କରି ପାକିସ୍ତାନ ମଧ୍ୟ ‘ମିସ୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲା ।

ଫାଇନାଲରେ ଥାଇଲ୍ୟାଣ୍ଡର ଆଣ୍ଟୋନିଆ ପୋର୍ସିଲ୍ଡ, ଅଷ୍ଟ୍ରେଲିଆର ମୋରେୟା ୱିଲସନ ଏବଂ ନିକାରାଗୁଆର ସେଏନିସ୍ ପାଲାସିଓସ୍ ପହଞ୍ଚିଥିଲେ । ଏହି ସମୟରେ ସେଏନିସ୍ ପାଲାସିଓସ୍ ଦମଦାର ପ୍ରଦର୍ଶନ କରି ମିସ ୟୁନିଭର୍ସ ଟାଇଟଲ ନିଜ ନାଁରେ କରି ସଫଳତା ହାସଲ କରିଛନ୍ତି । ସେପଟେ ଅଷ୍ଟ୍ରେଲିଆର ମୋରେୟା ୱିଲସନ ଦ୍ୱିତୀୟ ରନର୍ସ ଅପ୍ ହୋଇଥିବାବେଳେ ଥାଇଲ୍ୟାଣ୍ଡର ଆଣ୍ଟୋନିଆ ପୋର୍ସିଲ୍ଡ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।

ଭାରତରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଚଣ୍ଡୀଗଡ଼ର ଶ୍ବେତା ଶ୍ରଦ୍ଧା ସେମି-ଫାଇନାଲ୍‌ରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ୨୦ଜଣଙ୍କ ମଧ୍ୟରେ ଥିଲେ । କିନ୍ତୁ, ‘ସୁଇମ୍‌ ସୁଟ୍‌’ ରାଉଣ୍ଡ୍‌ରେ ସେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ ହେବାରେ ଅସଫଳ ହୋଇଥିଲେ । ଶ୍ୱେତା ମିସ୍‌ ଦିଭା ୟୁନିଭର୍ସ-୨୦୨୩ର ବିଜେତା ହୋଇଥିଲେ। ଏଥିସହ ସେ ମିସ୍‌ ଟ୍ୟାଲେଣ୍ଟେଡ୍‌, ମିସ୍‌ ବଡି ବ୍ୟୁଟିଫୁଲ, ଟପ୍‌ ୫ ମିସ୍‌ ଫଟୋଜେନିକ୍‌ ଏବଂ ଟପ୍‌ ୬ ମିସ୍‌ ର଼୍ୟାମ୍ପ ୱାକ୍‌ ଭାବେ ମଧ୍ୟ ଟ୍ରଫି ଜିତିଥିଲେ।

 

Leave A Reply

Your email address will not be published.