Latest Odisha News

ପୁଣି ଏକ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ 

ଖୋର୍ଦ୍ଧା: ରାଜ୍ୟରେ ହାତୀମୃତ୍ୟୁ ଉଦବେଗଜନକ ଭାବେ ବଢୁଛି । ଆଜି ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି।

ଖବର ପାଇ ଖୋର୍ଦ୍ଧା ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁରୁଷ ଦନ୍ତା ହାତୀର ବୟସ ଆନୁମାନିକ ୨୫-୩୦ ବର୍ଷ ହେବ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ରାଜ୍ୟରେ ବଢୁଛି ହାତୀମୃତ୍ୟୁ ସଂଖ୍ୟା। ବିଦ୍ୟୁତ ଆଘାତ ଓ ଦୁର୍ଘଟଣା ନେଉଛି ଜୀବନ। ହାତୀମୃତ୍ୟୁର ମୁଖ୍ୟ କାରଣ ହୋଇଛି ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଓ ସଡକ ଦୁର୍ଘଟଣା ଓ ଶିକାର । ୨୦୧୫ରୁ ୨୫ ସେପ୍ଟେମ୍ବର ୨୦୨୩ ମଧ୍ୟରେ ରାଜ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି ।

Comments are closed.