Latest Odisha News

BREAKING NEWS

କୁଟିମସ୍କା ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଳାହାଣ୍ଡି: ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୧୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଜଗି ରହିଛି।

ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ ଘଟିଥାଇ ପାରେ ବୋଲି ଅନୁମାନ କରୁଛି ବିନ ବିଭାଗ। ନଚେତ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ହାତୀଟିର କିପରି ମୃତ୍ୟୁ ଘଟିଥିଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ବନ ବିଭାଗ ଘଟଣାର ତଦନ୍ତ କରୁଛି।

ସୂଚନା ଥାଉକି ଗତ ଦୁଇ ଦିନ ତଳେ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ ଅନ୍ତର୍ଗତ ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ହାତୀର କିପରି ମୃତ୍ୟୁ ଘଟିଛି ତାର କାରଣ ଅସ୍ପଷ୍ଟ ରହିଥିଲା। ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂ ବାଡିରେ ଦନ୍ତା ହାତୀର ମୃତଦେହ ରବିବାର ବିଳମ୍ବିତ ରାତିରେ ଠାବ ହୋଇଥିଲା। ଏହି ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ବନ ବିଭାଗ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.