Latest Odisha News

BREAKING NEWS

ହାତୀ ମଡ଼କ ଘଟଣାରେ କାର୍ଯ୍ୟାନୁଷ୍ଠାନ: କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

ଭବାନୀପାଟଣା: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ । କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ସସପେଣ୍ଡ କରିଛି ପ୍ରାଣୀ ସମ୍ପଦ ବିଭାଗ । ପଶୁ ସମ୍ପଦ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ଏହି ସୂଚନା ଦେଇଛନ୍ତି ।

୨୦ ଦିନରେ କର୍ଲାପାଟ ଅଭୟାରଣ୍ୟରେ ୭ଟି ହାତୀଙ୍କ ମୃତ୍ୟୁ ହୋଇଛି । ହାତୀ ମଡ଼କ ଘଟଣାର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଟିମ୍‌ କଳାହାଣ୍ଡି ଗସ୍ତରେ ଆସି ଫେରି ଯାଇଛନ୍ତି। ଫେରିବା ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ସଜାଗ ରହିବାକୁ କେନ୍ଦ୍ରୀୟ ଟିମ୍‌ ତାଗିଦ୍‌ କରିଥିବା ଜଣାପଡ଼ିଛି । ହାତୀ ମୃତ୍ୟୁ ପଛରେ ସାହାଣା ରୋଗ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.